କୋରାପୁଟରେ ଗଡୁନି ଘରୋଇ ବସ୍, ରଜରେ ଯାତ୍ରୀ ହନ୍ତସନ୍ତ

କୋରାପୁଟ (କେନ୍ୟୁଜ): କୋରାପୁଟରେ ଗଡୁନି ଘରୋଇ ବସ୍ । ଘରୋଇ ବସ୍ ମାଲିକ ସଂଘ ଓ ଘରୋସ୍ ବସ୍ କର୍ମଚାରୀ ସଂଘ ଭିତରେ ବିବାଦକୁ ନେଇ ଆଜି ବସ୍ ଚଳାଚଳ ବନ୍ଦ ରହିଛି ।  ବସ୍ ଗଡୁ ନଥିବା ବେଳେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ବସଷ୍ଟାଣ୍ଡରେ ଅନେକ ଘଣ୍ଟା ଧରି ଯାତ୍ରୀମାନେ ଅପେକ୍ଷା କରି ରହିଥି​‌ଲେ ।

ସୂଚନା ଅନୁସାରେ ଶୁକ୍ରବାର ସଂଧ୍ୟାରେ ବସ୍ ଚଳାଚଳକୁ ନେଇ ବସ୍ ମାଲିକ ଓ କର୍ମଚାରୀଙ୍କ ମଧ୍ୟରେ ଝଗଡା ହୋଇଥିଲା ।  ଏ ସଂପର୍କରେ ବସ୍ ମାଲିକ ସଂଘକୁ ଜଣାଇଥିଲା କର୍ମଚାରୀ ସଂଘ । ତେବେ ବସ୍ ମାଲିକ ସଂଘ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଧାରଣାରେ ବସିଛି କର୍ମଚାରୀ ସଂଘ ।  ଫଳରେ କୋରାପୁଟରୁ ପ୍ରାୟ ୪୦ଟି ରୁଟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି ।  ଯେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନି ବସ୍ ଚଳାଚଳ ବନ୍ଦ ରହିବ ।  ସେପଟେ ବସ୍ ମାଲିକ ସଂଘର କୌଣସି
ପ୍ରତିକ୍ରିୟା ମିଳିପାରିନି ।

 

Leave A Reply

Your email address will not be published.