ଦୋକାନୀ ଉପରକୁ ତତଲା ଚା’ହାଣ୍ଡି ଢାଳି ଦେଲେ ଦୁର୍ବୃତ୍ତ

ସାଲେପୁର (କେନ୍ୟୁଜ): ଚା’ ଦୋକାନୀଙ୍କ ଉପରକୁ ତତଲା ଚା’ହାଣ୍ଡି ଢାଳି ଦେଲେ ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନରଦା ପଞ୍ଚାୟତ ନାନପୁର ଅଞ୍ଚଳରେ । ଗତକାଲି ପହିଲି ଥିଲା ରଜ । ନାନପୁର ତାରିଣୀ ଛକ ମନ୍ଦିର ପାଖରେ ଚା’ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରନ୍ତି ରବୀନ୍ଦ୍ର ତରାଇ ।

ତେବେ ସନ୍ଧ୍ୟା ସମୟରେ କିଛି ବ୍ୟକ୍ତି ରବୀନ୍ଦ୍ରଙ୍କ ଦୋକାନରେ ପହଁଚି କୌଣସି କଥାକୁ ନେଇ ଗାଳି ଗୁଲଜ କରିବା ସହିତ ତାଙ୍କ ଉପରକୁ ଗରମ ଚା’ ହାଣ୍ଡି ଫୋପାଡି ଦେଇଥିଲେ । ଘଟଣା ପରେ ଗୁରୁତର ଅବସ୍ଥାରେ ଚା’ ଦୋକାନୀ ରବୀନ୍ଦ୍ର ତରାଇଙ୍କୁ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କରି ପ୍ରଥମେ ସାଲେପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଏ ସଂପର୍କରେ ପରିବାର ପକ୍ଷରୁ ସାଲେପୁର ଥାନାରେ ଅଭିଯୋଗ ପରେ ସାଲେପୁର ପୋଲିସ୍ ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ କିଛି ଅସାମାଜିକ ବ୍ୟକ୍ତିଙ୍କ ଉତ୍ପାତ ବୃଦ୍ଧି ପାଉଥିବା ବେଳେ, ଏପଟେ ସାଲେପୁର ପୋଲିସ୍ ଘଟଣାର ଅନୁସନ୍ଧାନ କରି ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପରିବାର ସଦସ୍ୟ ଓ ସ୍ଥାନୀୟ ସରପଞ୍ଚ ।

Leave A Reply

Your email address will not be published.