କିଡ୍ନୀ ରୋଗରେ ଆକ୍ରାନ୍ତ ମାନସ, ଭଲ ହେବେ କେମିତି ସେହି ଚିନ୍ତାରେ ଘର ଲୋକେ

ଜଗତସିଂପୁର (କେନ୍ୟୁଜ) : ହସଖୁସିରେ ଚଳୁଥିଲା ପ୍ରମୋଦ ମଲ୍ଲିକଙ୍କ ପରିବାର । ହଠାତ ବର୍ଷକ ତଳେ ପରିବାର ଉପରେ ଯେମିତି ବଜ୍ର ପଡିଗଲା । ବାଙ୍ଗାଲୋରରେ ଚାକିରୀ କରି ଘର ଚଳାଉଥିବା ପୁଅର ହଠାତ ହେଲା ଦେହ ଖରାପ । ଘରକୁ ଆସି ମେଡିକାଲରେ ପରୀକ୍ଷା କଲାବେଳକୁ ୨ଟି ଯାକ କିଡ୍ନୀ ନଷ୍ଟ ହୋଇଥିବା ଜଣାପଡିଲା । ପୁଅର ଏଭଳି ଅବସ୍ଥା ଜଣା ପଡିଲା ପରେ ବାପା ପ୍ରମୋଦଙ୍କ ମୁଣ୍ଡରେ ପଡିଲା ଚଡକ । ଏବେ ଚିନ୍ତାରେ ପରିବାର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଏରଡ଼ଙ୍ଗା ପଞ୍ଚାୟତର ଗୋପାଳପୁର ଗାଁରେ । ଉକ୍ତ ଗାଁର ପ୍ରମୋଦ କୁମାର ମଲ୍ଲିକ ଓ ସସ୍ମିତା ମଲ୍ଲିକ ଦିନମଜୁରିଆ ଭାବରେ କାମ କରନ୍ତି । ତାଙ୍କର ଦୁଇଟି ପୁଅ ,ଗୋଟିଏ ଝିଅକୁ ନେଇ ହସଖୁସିରେ ଚାଲିଥିଲା ପରିବାର । ବଡ଼ପୁଅ ୨୩ ବର୍ଷୀୟ ମାନସ ରଞ୍ଜନ ମଲ୍ଲିକ ମେକାନିକାଲରେ ଆଇଟିଆଇ କରି ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ହେଲେ ସେଠାରେ ହଠାତ ଦେହ ଖରାପ ହେବାରୁ ଘରକୁ ପଳାଇ ଆସିବାକୁ ବାଧ୍ୟ ହେଲେ । ବାପା ପୁଅ ମାନସଙ୍କୁ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟକୁ ନେଇ ପରୀକ୍ଷା କଲାବେଳକୁ ଜଣାପଡିଲା ଯେ ମାନସଙ୍କର ଦୁଇଟି ଯାକ କିଡ୍ନୀ ନଷ୍ଟ ହୋଇଯାଇଛି । ପରିବାରରେ ବାପା ,ମା ,ଜେଜେ ବାପା ,ଭାଇ ,ଭଉଣୀ ସମସ୍ତେ ଭାଙ୍ଗି ପଡିଛନ୍ତି , କଣ କରିବେ କେମିତି ବଞ୍ଚାଇବେ ମାନସକୁ ।

ପରେ ଜମିବାଡ଼ି,ସୁନାରୁପା ବିକି ,ଧାରକରଜ କରି କଟକ ,ଭୁବନେଶ୍ୱରରେ ଚିକିତ୍ସା କଲାପରେ ଡାକ୍ତର କହିଛନ୍ତି ମାନସର ଦୁଇଟି ଯାକ କିଡ୍ନୀ ପ୍ରତିରୋପଣ କରାଯିବ ଏବଂ ଏଥିପାଇଁ ବହୁ ଅର୍ଥର ଆବଶ୍ୟକ ଥିବାରୁ ମାନସର ପରିବାର ପକ୍ଷେ ଏତେ ଅର୍ଥ ସଂଗ୍ରହ କରିବା ଅସମ୍ଭବ ହୋଇପଡିଛି । ମାନସଙ୍କ ବାପା କିଡନି ଦେବାକୁ ପ୍ରସ୍ତୁତ ଅଛନ୍ତି । ହେଲେ କିଡନି ପ୍ରତିରୋପଣ ପାଇଁ ଅର୍ଥର ଆବଶ୍ୟକତା ରହିଛି ।

ଏଣୁ ଏହି ଗରିବ ,ନିଃସହାୟ ପରିବାରର ମାନସଙ୍କର ଚିକିତ୍ସା ପାଇଁ ଯଦି କେହି ବଦାନ୍ୟ ବ୍ୟକ୍ତି , ଅନୁଷ୍ଠାନ କିମ୍ବା ସରକାରୀ ସାହାଯ୍ୟ କରନ୍ତି ତେବେ ଅଦିନରେ ଝଡି ପଡୁଥିବା ଜଣେ ପୁଅର ଜୀବନ ବଞ୍ଚି ଯାଇପାରନ୍ତା । ଯଦି ଆପଣ ମାନସକୁ ସହାୟତତାର ହାତ ବଢାଇବାକୁ ଚାହୁଁଥାନ୍ତି ତେବେ ତାଙ୍କର ଏହି ଠିକଣାରେ ସାହାଯ୍ୟ କରିପାରିବେ ।

ଠିକଣା : ମାନସ ମଲିକ୍‌
ବାପା : ପ୍ରମୋଦ ମଲ୍ଲିକ
ଗ୍ରାମ :ଗୋପାଳପୁର
ପୋଷ୍ଟ : ନାଲିବାର
ଜିଲ୍ଲା : ଜଚତସିଂହପୁର

ବ୍ୟାଙ୍କ ଆକାଉଣ୍ଟ ହିଟେଲ୍ସ

ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ
ରଘୁନାଥପୁର ବ୍ରାଞ୍ଚ୍‌
A/C No-36207449467
IFSC-SBIN0010917
Micro No-754002527
Phonepe No-7846836127 (ସସ୍ମିତା ମଲ୍ଲିକ(ମାନସଙ୍କ ବାପା))

Leave A Reply

Your email address will not be published.