ନିଜ ଭାଗ୍ୟକୁ ଆଦରୀ ରହୁଛନ୍ତି ଦୁଇ ଛାତ୍ରୀ, ପାଠ ପଢ଼ିବାରେ ବାଧକ ସାଜୁଛି ଟଙ୍କା

ବ୍ରହ୍ମପୁର (କେନ୍ୟୁଜ): ପାଠ ପଢ଼ିବାକୁ ମନ ଦୁଇ ଛାତ୍ରୀଙ୍କର । ହେଲେ ଅର୍ଥାଭାବ ଯୋଗୁଁ ଏହି ଇଚ୍ଛାକୁ ସେମାନେ ମାରିବାକୁ ବସିଛନ୍ତି । ଜଣେ ମାଟ୍ରିକ ପାସ୍‌ ପରେ ଯୁକ୍ତ ୨ ପଢ଼ିବାକୁ ଇଚ୍ଛା କରୁଥିବାବେଳେ ଆଉ ଜଣେ ଯୁକ୍ତ ୨ ପାସ୍‌ କରି ଆଉ କିଛି ଅଧିକ ପଢ଼ିବା ପାଇଁ ଚାହୁଁଛନ୍ତି । ହେଲେ ଅଭାବୀ ପରିବାରରେ ପାଠ ପାଇଁ କେଉଁଠୁ ଆସିବ ଟଙ୍କା ତାକୁ ନେଇ ଚିନ୍ତାରେ ଏମାନେ ।

ଆପଣ ଦେଖୁଥିବା ଏ ଚିତ୍ର ହେଉଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଛଣମେରୀ ଗାଁର । ଏଠାରେ ଦୁଇ ଛାତ୍ରୀଙ୍କର ପାଠ ପଢିବାକୁ ରହିଛି ବେଶ ଆଗ୍ରହ, ତେବେ ଗରିବ ଅବସ୍ଥା ସେମାନଙ୍କ ପାଠ ପଢ଼ାରେ ସାଜିବାକୁ ଯାଉଛି ପ୍ରତିବନ୍ଧକ । ତେଣୁ ଦୁଇ ଛାତ୍ରୀ ନିବେଦନ କରିଛନ୍ତି ପାଠ ପଢିବା ପାଇଁ ସାହାଯ୍ୟ ।

ଇଏ ସ୍ମୃତିରାଣୀ ସାହୁ, ଘର – ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ ଛଣମେରୀ । ଦିଗପହଣ୍ଡି ଖେମୁଣ୍ଡି ମହାବିଦ୍ୟାଳୟରେ ଯୁକ୍ତ ୨ ଶ୍ରେଣୀ ପାସ କରିବା ପରେ ସ୍ମୃତିରାଣୀ ଇଚ୍ଛା କରିଛନ୍ତି ଅଧିକ ପାଠ ପଢିବ ଚାକିରୀ କରିବେ ଏବଂ ପରିବାର ପ୍ରତି ପୋଷଣ କରିବେ କିନ୍ତୁ ପଢିବା ପାଇଁ ଅର୍ଥର ରହିଛି ଅଭାବ । ବାପା କାଳୀ ଚରଣ ପରିବାର ପୋଷିବା ପାଇଁ ବାହାର ରାଜ୍ୟରେ କାମ ଧନ୍ଦା କରୁଥିବା ବେଳେ ତିନି ଝିଅ ଓ ଜଣେ ଭିନ୍ନକ୍ଷମ ପୁଅକୁ ନେଇ ମାଆ ଚଳାଉଛନ୍ତି ପରିବାର । ଅଭାବୀ ଭିତରେ ତିନି ଗୋଟି ସିଲେଇ ମେସିନ ଧରି କାମ କରନ୍ତି ମାଆ ଓ ଝିଅ । ଝିଅ, ପୁଅଙ୍କୁ ଶିକ୍ଷିତ କରିବାକୁ ଦୃଢ଼ ଇଛା ରହିଛି । ତେଣୁ ସରକାରୀ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ସହାୟତା କରିବାକୁ ନିବେଦନ କରିଛନ୍ତି ସ୍ମୃତିରାଣୀ ଏବଂ ତାଙ୍କ ମା ।

ଆଉ ଏଇ ହେଉଛନ୍ତି ବିଦୁସ୍ମିତା ସାହୁ, ଘର – ଛଣମେରୀ । ମାଟ୍ରିକ ପାସ କରିବା ପରେ ଯୁକ୍ତ ୨ ଶ୍ରେଣୀରେ ପଢିବାକୁ ଚାହୁଁଛି କିନ୍ତୁ ରହିଛି ଅର୍ଥ ଅଭାବ । ବିଦୁସ୍ମିତାର କାହାଣୀ ସମ୍ପୂର୍ଣ୍ଣ ଭିନ୍ନ । ଛଣମେରୀ ଗାଁର ବିନୋଦ ସାହୁଙ୍କ ପାଞ୍ଚ ଗୋଟି ଝିଅ ଓ ଗୋଟିଏ ପୁଅକୁ ନେଇ ସଂସାର । ପାଞ୍ଚ ଝିଅ ମଧ୍ୟରୁ ମଝିଆ ଝିଅ ଗୀତାଞ୍ଜଳି ବାହା ହୋଇଥିଲା ସୋରଡ଼ାରେ କିନ୍ତୁ କମ ବୟସରେ ଜ୍ୱାଇଁର ମୃତ୍ୟୁ ପରେ ଝିଅକୁ ଗାଁକୁ ଆଣିଲେ ଏବଂ ପରିବାର ପୋଷଣ ପାଇଁ ୨ ଗୋଟି ସିଲେଇ ମେସିନ ଆଣିଲେ । କିନ୍ତୁ ପାଠ ପଢ଼ାରେ ଡୋରି ନ ବାନ୍ଧି ଗାଁ ସ୍କୁଲ ଏବଂ ହାଇସ୍କୁଲରେ ପାଠ ପଢ଼ାଇଲେ । ଚଳିତ ବର୍ଷ ମାଟ୍ରିକ ପାସ କରିଛନ୍ତି ବିଦୁସ୍ମିତା । ଚାହୁଛନ୍ତି ଯୁକ୍ତ ୨ ପଢିବାକୁ ତେଣୁ ଆଉ କିଛି ଉପାୟ ନପାଇ ଆପଣଙ୍କର ଆଉ ସରକାରଙ୍କର ସାହାଯ୍ୟ ଲୋଡିଛନ୍ତି ବିଦୁସ୍ମିତା ଓ ଅଜା ବିନୋଦ ।

ଯଦି ଆପଣ ସ୍ମୃତି ରାଣୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ଏଇ ଠିକଣାରେ ସାହାଯ୍ୟ କରିପାରିବେ – ସ୍ମୃତି ରାଣୀ ସାହୁ, At/ Post – ଛଣମେରୀ, account Number – 516710110004481, IFSC Code – BKID0005167, Mobile Number – 76569 80239 । ଏଥିସହିତ ଯଦି ଆପଣ ବିଦୁସ୍ମିତା ଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତା ହେଲେ ଏଇ ଠିକଣାରେ ସାହାଯ୍ୟ କରି ପାରିବେ । ବିଦୁସ୍ମିତା ସାହୁ – Account Number – 48068100006321, IFSC Code – OBH068228, Mobile Number – 97777 68044 ।

Leave A Reply

Your email address will not be published.