ଉତ୍ତରାଖଣ୍ଡ: ରୁଦ୍ରପ୍ରୟାଗରେ ନଦୀକୁ ଖସିଲା ଯାତ୍ରୀବାହୀ ଗାଡି, ୧୦ ମୃତ

ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଯାତ୍ରୀବାହୀ ଗାଡି ଅଳକାନନ୍ଦା ନଦୀରେ ଖସିପଡିଥିବା ଖବର ମିଳିଛି । ଗାଡିରେ ୨୩ ଜଣ ଲୋକ ଥିଲେ । ସମସ୍ତ ଲୋକ ନଦୀ ସ୍ରୋତରେ ଭାସିଯାଇଥିବା ଅନୁମାନ କରାଯାଉଛି । ଘଟଣା ବିଷୟରେ ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ, ଡିଡିଆରଏଫ ସହିତ ଅନ୍ୟ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମଭ କରିଛି । ନଦୀରେ ଲୋକଙ୍କୁ ଖୋଜାଚାଲିଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ଅନୁମାନ କରାଯାଉ ।

ଦୁର୍ଘଟଣା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଟ୍ଵିଟ୍‌ କରିଛନ୍ତି, ଆହତଙ୍କୁ ଚିକିତ୍ସା ପାଇଁ ନିକଟତମ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ଜିଲ୍ଲା ମାଜିଷ୍ଟ୍ରେଟ ମାମଲାରେ ଯାଞ୍ଚ ଆଦେଶ ଦେଇଛନ୍ତି ।


କୁହାଯାଉଛି କି , ଦୁର୍ଘଟଣାର ଶିକାର ହୋଇଥିବା ଗାଡିରେ ଦିଲ୍ଲୀର ଯାତ୍ରୀ ଚୋପତା ତୁଙ୍ଗନାଥ ଯାଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପଥରରେ ପିଟି ହୋଇ ଗାଡ଼ିଟି ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହି ଗାଡିରେ ଡ୍ରାଇଭର ସହିତ ୨୩ ଜଣ ଲୋକ ଥିଲେ । ଏପର୍ଯ୍ୟନ୍ତ ମୃତାହତ ବିଷୟରେ କିଛି ସୂଚନା ମିଳିନାହିଁ । ତେବେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଦୁର୍ଘଟଣାରେ ଅତିକମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ପ୍ରଶାସନ ପକ୍ଷରୁ ୧୦ଟି ମୃତଦେହ ଉଦ୍ଧାର କରାଯାଇଥିବେ ବେଳେ ୨ ଜଣ ଗୁରୁତରଙ୍କୁ ହେଲିକପ୍ଟର ଯୋଗେ ଋଷିକେଶରେ ଥିବା ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଏହି ଦୁର୍ଘଟଣା ବଦ୍ରିନାଥ ଜାତୀୟ ରାଜପଥର ରେତୋଲି ନିକଟରେ ହୋଇଛି ।

ଏହି ଘଟଣା ପର ରୁଦ୍ରପ୍ରୟାଗ ଏସପି ଡ. ବିଶାଖା ଅଶୋକ ଭଦ୍ରାଣେ କହିଛନ୍ତି, ରୁଦ୍ରପ୍ରୟାଗର ରେତୋଲି ନିକଟରେ ଏକ ଟେମ୍ପୋ ଜାତୀୟ ରାଜପଥରୁ ଖାଇକୁ ଖସିପଡିଛି । ସୂଚନା ପାଇବା ମାତ୍ରେ ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚି ଅନୁଧ୍ୟାନ କରାଯାଉଛି । ଗାଡିଟି ନଦୀରେ ଖସିବା ଯୋଗୁଁ ପାଣିରେ ଲୋକ ଭାସିଯାଇଥିବା ଅନୁମାନ କରାଯାଉଛି । ଲୋକଙ୍କୁ ପାଣିରେ ଖୋଜା ଚାଲିଛି ।

ତେବେ ଘଟଣାକୁ ନେଇ ଆଉ କିଛି ନୂଆ ଅପଟେଡ ଆସିବାକୁ ରହିଛି ।

Leave A Reply

Your email address will not be published.