୧୫ ଫୁଟର ଅଜଗର ଉଦ୍ଧାର, ଛଡ଼ାଗଲା ଜଙ୍ଗଲରେ

ମୋହନା : ଗଜପତି ଜିଲ୍ଲା ମୋହନା ଖାରୀଗୁଡା- ଲେକାପଦର ଗାଁ ନିକଟରୁ ୧୫ ଫୁଟର ଅଜଗର ସାପ ଉଦ୍ଧାର କରିଛନ୍ତି ଗ୍ରାମବାସୀ  l ଅପରାହ୍ନ ପ୍ରାୟ ସାଢେ 4 ଟାରେ ଖାରୀଗୁଡା ଗାଁର କିଛି ଯୁବକ ଲେକାପଦର ଗାଁକୁ ଯାଉଥିଲେ  l  ଏହି ସମୟରେ ଏକ ବିରାଟ ଅଜଗର ସାପ ଦେଖି ଭୟଭୀତ ହୋଇଥିଲେ  l ତେବେ ସାହସ ଜୁଟାଇ ଅଜଗର ସାପକୁ ଧରିବାରେ ସଫଳ ହୋଇଥିଲେ ଯୁବକମାନେ  l  ଏହାପରେ ଖାରୀଗୁଡା ଗାଁକୁ ଆଣି ମୋହନା ବନ ବିଭାଗକୁ ଖବର ଦେଇଥିଲେ  l ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ, ବନପାଳ ଦେବାଶିଷ ଶତପଥୀ ଓ କର୍ମଚାରୀ ଖାରୀଗୁଡା ଗାଁ ରେ ପହଞ୍ଚି ଉଦ୍ଧାର ହୋଇଥିବା ଅଜଗରକୁ ଆଣି ମୋହନା ନିକଟସ୍ଥ ଜଙ୍ଗଲରେ ଛାଡିଦେଇଥିଲେ l

Leave A Reply

Your email address will not be published.