୨୭ ଟିକିଆ ହାତୀପଲଙ୍କ ଉତ୍ପାତ, ବନ ବିଭାଗର ମୁଣ୍ଡବିନ୍ଧା

କରଞ୍ଜିଆ : କେନ୍ଦୁଝର ଓ ମୟୂରଭଞ୍ଜରେ ୨୭ ଟିକିଆ ହାତୀପଲଙ୍କ ଉତ୍ପାତ । ଲୋକଙ୍କ ଆଖିରୁ ନିଦ ହଜି ଗଲାଣି । ମୟୁରଭଞ୍ଜ ଜିଲ୍ଲାରେ ରହୁଛନ୍ତି ହାତୀପଲ । ରାତି ହେଲେ କେନ୍ଦୁଝର ଜିଲ୍ଲା ଅଭିମୁଖେ ଚାଲି ଆସୁଛନ୍ତି । ଏବେ ୧୦୦ ରୁ ଅଧିକ ଗାଁରେ ହାତୀ ଆତଙ୍କ । ଗତକାଲି ସନ୍ଧ୍ୟାରେ ମୟୁରଭଞ୍ଜ ଜିଲ୍ଲାର ଚଢେଇଭୋଳ ନିକଟରେ ଥିବା ଜାତୀୟ ରାଜପଥ ୪୯ କୁ କିଛି ସମୟ ଧରି ଅବରୋଧ କରିଥିଲେ ହାତୀପଲ ।

ଫଳରେ ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଅଟକି ଯାଇଥିଲା ।  ସେଠାରେ କିଛି ସମୟ ରହିଲା ପରେ ବୈତରଣୀ ନଦୀ ପାର ହେଇ କେନ୍ଦୁଝର ଜିଲ୍ଲାକୁ ଚାଲି ଯାଇଥିଲେ । ଆଜି ସକାଳୁ ସକାଳୁ କେନ୍ଦୁଝର ଜିଲ୍ଲାରରୁ ପୁଣି ମୟୁରଭଞ୍ଜ ଜିଲ୍ଲାକୁ ଫେରି କରଞ୍ଜିଆ ବନ ଖଣ୍ଡରେ ପ୍ରବେଶ କରିଛନ୍ତି । ଏବେ କରଞ୍ଜିଆ ବ୍ଲକ ବଡ଼ ଦେଉଳି ଗାଁରେ ଅଛନ୍ତି ୨୭ ଟିକିଆ ହାତୀପଲ । ବନ ବିଭାଗର ମଧ୍ୟ ମୁଣ୍ଡବିନ୍ଧାର କାରଣ ହୋଇଛନ୍ତି ଏହି ହାତୀ । ଉଭୟ ହାତୀ ଓ ମଣିଷଙ୍କ ସୁରକ୍ଷା ପାଇଁ କରଞ୍ଜିଆ ଏବଂ ଦୁଧିଆଣି ରେଞ୍ଜ୍ ର ୩୦ ରୁ ଉର୍ଦ୍ଧ୍ବ ବନ ବିଭାଗ କର୍ମଚାରୀ ମୁତୟନ ଅଛନ୍ତି ।

Leave A Reply

Your email address will not be published.