ଅତ୍ୟଧିକ କେଶ ଝଡିବା ଯୋଗୁ ଚିନ୍ତିତ କି ? ଟ୍ରାଏ କରନ୍ତୁ ଏହି ଘର ତିଆରି ତେଲ

ସୁନ୍ଦର ଲମ୍ବା କେଶ ଏବଂ ମୋଟା କେଶ ପାଇବା ପାଇଁ ଲୋକମାନେ ଅନେକ ଉପାୟ ଚେଷ୍ଟା କରନ୍ତି । କିନ୍ତୁ ଆଜିକାଲି ଲୋକମାନେ କେଶ ଝଡ଼ିବା ପାଇଁ ଅଧିକ ଚିନ୍ତିତ ରହୁଛନ୍ତି । ଉଭୟ ପୁରୁଷ ଏବଂ ମହିଳା କେଶ ଝଡିବାର ଶିକାର ହେଉଛନ୍ତି । ଯଦି ଆପଣ ମଧ୍ୟ କେଶ ଝଡ଼ିବା ପାଇଁ ଅସୁବିଧାରେ ପଡୁଛନ୍ତି , ତେବେ ଏହି ସମୟରେ କେଶ ଏବଂ ତ୍ୱଚା ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । କେଶ ଝଡିବାକୁ ରୋକିବା ପାଇଁ ଆପଣଙ୍କୁ ମହଙ୍ଗା ସାମ୍ପୁ ଓ କଣ୍ଡିସନର ଦରକାର ନାହିଁ କିମ୍ବା ଆପଣଙ୍କୁ ସେଲୁନ୍‌କୁ ଯିବାକୁ ପଡିବ ନାହିଁ । ଆପଣ ଘରୋଇ ଉପଚାରରେ ମଧ୍ୟ କେଶ ଝଡ଼ିବା ବନ୍ଦ କରିପାରିବେ । ଯଦି ଆପଣ ନିଜ କେଶକୁ ଲମ୍ବା କରିବାକୁ ଚାହୁଁଛନ୍ତି ତେବେ ଏହି ଘରେ ତିଆରି ତେଲ ବ୍ୟବହାର କରିବା ଆରମ୍ଭ କରନ୍ତୁ । କେଶର ଅନେକ ସମସ୍ୟା ହେବ ଦୂର । ତାହେଲେ ଆସନ୍ତୁ ଜାଣିବା ଯେ କିପରି ଭାବେ ଏହି ତେଲ ତିଆରି କରିବେ । ତେବେ ଘରେ ତେଲ ତିଆରି କରିବା ପାଇଁ ଆପଣ ୧ ଚାମଚ ମେଥି ମଞ୍ଜି, ୨ ପିଆଜ ଏବଂ ୫ ରୁ ୬ ଚାମଚ ସୋରିଷ ତେଲ ନିଅନ୍ତୁ ।

ଏହି ତିନୋଟି ଉପାଦାନ କେଶ ପାଇଁ ଲାଭଦାୟକ :
ପିଆଜ ଆଣ୍ଟି-ବ୍ୟାକ୍ଟେରିଆ ଗୁଣରେ ଭରପୂର, ସ୍କିନ୍‌ ଇନ୍‌ଫେକ୍ସନ୍‌ରୁ ମୁକ୍ତି ଦେଇଥାଏ । ଏହାର ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣଗୁଡ଼ିକ ରୁପିକୁ କମ୍‌ କରିଥାଏ । ପିଆଜ ରସରେ ସ୍କିନ୍‌କୁ ମାଲିସ୍ କରିବା ଦ୍ୱାରା କେଶ ଶୀଘ୍ର ବଢିଥାଏ । ଏଥି ସହିତ, ମେଥି ମଞ୍ଜିରେ ଫୋଲିକ୍ ଏସିଡ୍, ଭିଟାମିନ୍ A, ଭିଟାମିନ୍ K ଏବଂ ଭିଟାମିନ୍ C ବହୁତ ପରିମାଣରେ ମିଳିଥାଏ, ଯାହା କେଶକୁ ଲମ୍ବା ଏବଂ ମୋଟା କରିବାରେ ପ୍ରଭାବଶାଳୀ ହୋଇଥାଏ । ସୋରିଷ ତେଲର ସବୁଠାରୁ ବିଶେଷ କଥା ହେଉଛି ଏହା କେଶକୁ ହାଇଡ୍ରେସନ୍ ଏବଂ ଆର୍ଦ୍ରତା ଯୋଗାଇଥାଏ । ସେଥିପାଇଁ ଆପଣ ଏହି ସବୁ ଜିନିଷକୁ ନିଜ କେଶରେ ବ୍ୟବହାର କରିପାରିବେ ।

ଜାଣନ୍ତୁ ଘରେ କିପରି ତେଲ ତିଆରି କରିବେ ?
ସର୍ବପ୍ରଥମେ, ଗ୍ୟାସ ଟର୍ନ୍ ଅନ୍ କରନ୍ତୁ ଏବଂ ଏଥିରେ ୫ ରୁ ୬ ଚାମଚ ସୋରିଷ ତେଲ ନିଅନ୍ତୁ । ଏହା ପରେ, ଯେତେବେଳେ ତେଲ ଗରମ ହୋଇଯାଏ, ସେଥିରେ ୨ କଟା ପିଆଜ ଏବଂ ୧ ଚାମଚ ମେଥି ମଞ୍ଜି ମିଶାନ୍ତୁ । ବର୍ତ୍ତମାନ ଏହି ତେଲକୁ ଗରମ କରନ୍ତୁ ଏବଂ ସେଥିରେ ପିଆଜ ପକାନ୍ତୁ । ଏହାପରେ ପିଆଜକୁ ଭଲ ଭାଜନ୍ତୁ ଯେପର୍ଯ୍ୟନ୍ତ ତାର କଲର ପରିବର୍ତ୍ତନ ନହୋଇଛି । ବର୍ତ୍ତମାନ ଏହି ତେଲକୁ ଛାଣିକରି ଏକ ପାତ୍ରରେ ବାହାର କରି ଦିଅନ୍ତୁ । ତେବେ କେଶ ଧୋଇବାର ୨ ଘଣ୍ଟା ପୂର୍ବରୁ ଏହି ତେଲକୁ ଆପଣଙ୍କ ମୁଣ୍ଡରେ ଲଗାନ୍ତୁ । ଏହି ତେଲକୁ ଆପଣ ୨ ରୁ ୩ ସପ୍ତାହ ଲଗାନ୍ତୁ, ଦେଖିବେ ଆପଣଙ୍କ କେଶର ଅନେକ ସମସ୍ୟା ଦୂର ହେବ ।

Leave A Reply

Your email address will not be published.