ଗ୍ରୀଷ୍ମ ଋତୁରେ ଶରୀରରେ ଦେଖାଦେଇ ପାରେ ଭିଟାମିନ୍ Dର ଅଭାବ, ବୟସ୍କ ଲୋକଙ୍କୁ ରହିଥାଏ ଅଧିକ ବିପଦରେ

ବର୍ତ୍ତମାନ ସମସ୍ତ ସ୍ଥାନରେ ପ୍ରବଳ ଖରା ହେଉଛି । ଲୋକମାନଙ୍କ ପାଇଁ ଏହି ଗରମ ସହିବ ବହୁତ କଷ୍ଟକର ହୋଇପଡିଛି । କିନ୍ତୁ ଏହା କୁହାଯାଏ ଯେ ଗ୍ରୀଷ୍ମ ଋତୁରେ ମଧ୍ୟ ଭିଟାମିନ୍ D ର ଅଭାବ ହୋଇପାରେ । ସେଥିପାଇଁ ଏହି ଋତୁରେ ଆପଣ ଭିଟାମିନ୍ D ର ଅଭାବ ହେବାର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏହି ଋତୁରେ ଲୋକମାନେ ସୂର୍ଯ୍ୟକିରଣକୁ ଯିବା ଠାରୁ ଦୂରେଇ ରୁହନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ କେଉଁ କାରଣ ଯୋଗୁ ଆପଣ ଭିଟାମିନ୍ D ଅଭାବର ଶିକାର ହୋଇପାରନ୍ତି ।
ଏହି ସମସ୍ୟାଗୁଡ଼ିକ ଭିଟାମିନ୍ D ର ଅଭାବ ସୃଷ୍ଟି କରିପାରେ :
ଦୁର୍ବଳ ପ୍ରତିରୋଧକ ଶକ୍ତି : ଭିଟାମିନ୍ D ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । କିନ୍ତୁ ଯଦି ଶରୀରରେ ଏହାର ଅଭାବ ଥାଏ ତେବେ ଲୋକମାନେ ଶୀଘ୍ର ଅସୁସ୍ଥ ହୋଇଯାଆନ୍ତି ।
କ୍ଳାନ୍ତ ଅନୁଭବ ହୋଇଥାଏ : ଯଦି ଆପଣ କ୍ଳାନ୍ତ ଅନୁଭବ କରୁଛନ୍ତି । ତେବେ ଆପଣଙ୍କ ଶରୀରରେ ଭିଟାମିନ୍ Dର ଅଭାବ ଥିବାରୁ ଏପରି ହୋଇଥାଏ । ଯଦି ଆପଣ ସବୁବେଳେ କ୍ଳାନ୍ତ ଅନୁଭବ କରୁଛନ୍ତି, ତେବେ ଭିଟାମିନ୍ D ଅଭାବ ଏହା ପଛର କାରଣ ହୋଇପାରେ । ଯାହା ଶରୀରର ଏନର୍ଜିକୁ ପ୍ରଭାବିତ କରିଥାଏ ।
ଅତ୍ୟଧିକ କେଶ ଝଡ଼ିବା : ଭିଟାମିନ୍ D ର ଅଭାବ ଯୋଗୁ କେଶ ଝଡ଼ିବା ଆରମ୍ଭ କରିଥାଏ । ତେଣୁ ସାମ୍ପୁ ଏବଂ ଔଷଧ ବ୍ୟବହାର କରିବା ପରେ ମଧ୍ୟ ଯଦି କେଶ ଝଡିବା ବନ୍ଦ ହେଉନାହିଁ । ତେବେ ଭିଟାମିନ୍ D ଯାଞ୍ଚ କରନ୍ତୁ ।
ବ୍ରଣ ଏବଂ ଦାଗ : ଶରୀରରେ ଭିଟାମିନ୍ D ଅଭାବ ହେତୁ ସ୍କିନ୍ରେ କ୍ରମାଗତ ପିମ୍ପଲ୍ ଏବଂ ବ୍ରଣର ସମସ୍ୟା ହୋଇଥାଏ । ଏହି ସ୍କିନ୍ ସମସ୍ୟା ହେତୁ ଲୋକମାନଙ୍କ ଚେହେରା ଖରାପ୍ ଦେଖାଯିବାକୁ ଲାଗିଥାଏ ।
ଏହି ଲୋକମାନେ ଅଧିକ ବିପଦରେ ରହିଥାଏ :
ଯେଉଁମାନେ ସୂର୍ଯ୍ୟ କିରଣ ଗ୍ରହଣ କରନ୍ତି ନାହିଁ, ସେମାନେ ଭିଟାମିନ୍ D ଅଭାବର ଶିକାର ହୁଅନ୍ତି । କିମ୍ବା ଯେଉଁମାନଙ୍କୁ କ୍ଷୀରରୁ ଆଲର୍ଜି ଅଛି କିମ୍ବା ଯେଉଁମାନେ ବିଗନ୍ ଡାଏଟ୍ ଫଲୋ କରନ୍ତି, ସେମାନଙ୍କ ମଧ୍ୟରେ ଭିଟାମିନ୍ D ଅଭାବ ମଧ୍ୟ ଦେଖାଯାଏ । ଯେପରି ସ୍ତନ୍ୟପାନ କରାଉଥିବା ମହିଳା, ବୟସ୍କ ବ୍ୟକ୍ତି, ଓଜନ ବଢିଥିବା ଲୋକଙ୍କ ମଧ୍ୟରେ ଭିଟାମିନ୍ D ଅଭାବ ହେବାର ଆଶଙ୍କା ବଢିଥାଏ । ସେଥିପାଇଁ ଏହି ଲୋକମାନେ ଭିଟାମିନ୍ Dରେ ଭରପୂର ଥିବା ଖାଦ୍ୟ ଖାଇବା ଆରମ୍ଭ କରିବା ଉଚିତ୍ ।