ନବୀନଙ୍କୁ ଭେଟିଲେ ମୋହନ ମାଝୀ, ଶପଥ ସମାରୋହରେ ଯୋଗଦେବାକୁ କଲେ ନିମନ୍ତ୍ରଣ

ଭୁବନେଶ୍ୱର (କେନ୍ୟୁଜ): ନବୀନଙ୍କୁ ଭେଟିଲେ ମୋହନ ମାଝୀ । ଶପଥ ଗ୍ରହଣ ପୂର୍ବରୁ ନବୀନ ନିବସରେ ପହଞ୍ଚି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନବୀନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୋହନ ମାଝୀ । ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ମୋହନ ମାଝୀ ପ୍ରତିକ୍ରିୟା ରଖି କହିଛନ୍ତି ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ନବୀନ ପଟ୍ଟନାୟକ । ‘ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ କଲି। ନୂଆ ସରକାରକୁ ଆଶୀର୍ବାଦ କରିବାକୁ ଅନୁରୋଧ କଲି । ନବୀନ ବାବୁ ଅନୁରୋଧ ରକ୍ଷା କରିବେ ବୋଲି କହିଛନ୍ତି ମୋହନ ମାଝୀ ।

ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ପାଇଁ ଶପଥ ନେବା ପୂର୍ବରୁ ମୋହନ ଗୋପବନ୍ଧୁ ଛକରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଏହି ସମୟରେ ୨ ଉପମୁଖ୍ୟମନ୍ତ୍ରୀ ପ୍ରଭାତିପରିଡା ଏବଂ କେଭି ସିଂଦେଓ ମଧ୍ୟ ଉପସ୍ଥିତ ଥିଲେ। ମାଲ୍ୟାର୍ପଣ ପରେ ରାସ୍ତା କଡ଼ରେ ଠିଆ ହୋଇଥିବା ସାଧାରଣ ଜନତାଙ୍କ ସହ ଆଲୋଚନା କରିଥିଲେ ମୋହନ ମାଝୀ । ଏପରିକି ଜନଗହଳି ଭିତେ ମଧ୍ୟ ନିଜେ ଯାଇ ଲୋକଙ୍କର ଅଭିଯୋଗ ଶୁଣିଥିଲେ । ସେଠାରେ ଉପସ୍ଥିତ ଥିବା ବିଜୟ ଶଙ୍କର ଦାସ ନାମକ ପରିବହନ ବିଭାଗର ଜଣେ କର୍ମଚାରୀଙ୍କ ସହ କଥା ହୋଇ ଶପଥ ନେବା ପୂର୍ବରୁ ଅଭିଯୋଗ ଶୁଣିଲେ ଏବଂ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏବେ ନୂଆ ସରକାରରେ ଲୋକ ଅଧା ପେଟ ନ ରହିବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

 

Leave A Reply

Your email address will not be published.