ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ଏମିତି ହୋଇପାରେ ସମ୍ଭାବ୍ୟ ବିଭାଗ ତାଲିକା

ଭୁବନେଶ୍ୱର (କେନ୍ୟୁଜ):  ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ । ଆଜି ଅପେକ୍ଷାର ଅନ୍ତ ଘଟିବ । ଏଭଳି କିଛି ସୂଚନା ମିଳୁଛି । ଶପଥ ଗ୍ରହଣକୁ ୬୦ ଘଣ୍ଟା ପୂରିଥିଲେ ବି ଏଯାଏ ଦୂର ହୋଇନି ବିଭାଗ ବଣ୍ଟନ ସସପେନ୍ସ । କାହାକୁ କେଉଁ ବିଭାଗ ମିଳିବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଗତ ୧୨ ତାରିଖରେ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତାଙ୍କର ବଭାଗ ବଣ୍ଟନ ସରିଛି ।

କିନ୍ତୁ ଓଡ଼ିଶାରେ ବିଭାଗ ବଣ୍ଟନ ସସପେନ୍ସରୁ ପରଦା ହଟୁନି । ନେତା ଜନତା ସମସ୍ତେ ଏହାକୁ ଚାହିଁ ବସିଛନ୍ତି । ପୂର୍ବରୁ କ୍ୟାବିନେଟ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ ନିଷ୍ପତ୍ତି ସରିଛି, କେବଳ ଘୋଷଣା ହେବ । ତେବେ ୬୦ ଘଣ୍ଟା ପରେ ବି ଘୋଷଣା ହୋଇ ନାହିଁ । ଖଣି, ପୂର୍ତ୍ତ,ଗୃହ ଭଳି ବଡ଼ ବିଭାଗ ଉପରେ ନଜର ରହିଛି ।

ନିଜେ ମୁଖ୍ୟମନ୍ତ୍ରୀ ତାଙ୍କ ପାଖରେ ଗୃହ ବିଭାଗ ରଖି ପାରନ୍ତି । ଗତ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାଖରେ ଗୃହ ବିଭାଗ ରଖିଥିଲେ । ତେଣୁ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ପାଖରେ ଗୃହ ମନ୍ତ୍ରାଳୟ ରଖିବା ସମ୍ଭାବାନ ରହିଛି । ମୋହନ ମାଝୀଙ୍କ ଟିମରେ ୮ଜଣଙ୍କୁ କ୍ୟାବିନେଟ ଓ ୫ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ପାହ୍ୟା ମିଳିଛି  ।

ତେବେ ବିଭାଗ ତାଲିକା ପ୍ରକାଶ ପାଇବା ପୂର୍ବରୁ ଚାଲିଛି ଅନେକ ଆକଳନ  । ସମ୍ଭାବ୍ୟ ତାଲିକା ଭିତରେ ବରିଷ୍ଠ ନେତା ତଥା ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀଙ୍କୁ ଆଇନ୍ ଓ ପଞ୍ଚାୟତିରାଜ ବିଭାଗ ମିଳି ପାରେ  । ସେହିପରି ନିତ୍ୟାନନ୍ଦ ଗଣ୍ଡଙ୍କୁ ଜନଜାତି କଲ୍ୟାଣ, ମୋରଡ଼ା ବିଧାୟକ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଢେଙ୍କାନାଳ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ପର୍ଯ୍ୟଟନ ଓ ସଂସ୍କୃତି, ଗୋପାଳପୁର ବିଧାୟକ ବିଭୂତି ଜେନାଙ୍କୁ ଅବକାରୀ ଓ ୱାର୍କସ ବିଭାଗ, ମୁକେଶ ମହାଲିଙ୍ଗଙ୍କୁ ଜଙ୍ଗଲ, ପରିବେଶ ଓ ଗ୍ରାମ୍ୟ ଉନ୍ନୟନ, ରବି ନାୟକଙ୍କୁ କୃଷି ଓ କୃଷକ କଲ୍ୟାଣ ଏବଂ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଅର୍ଥ ବିଭାଗ ମିଳି ପାରେ ।

Leave A Reply

Your email address will not be published.