ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନବିଭାଗ, ୧୭୬ଟି ବିରଳ କଇଁଛ ଜବତ; ୪ ଗିରଫ

ଉମରକୋଟ (କେନ୍ୟୁଜ): କଇଁଛ ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନବିଭାଗ । ୧୭୬ଟି ବିରଳ କଇଁଛ ଜବତ, ୪ ଜଣ ଗିରଫ। ଚୋରା ଚାଲାଣକାରୀଙ୍କୁ ବାନ୍ଧିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବନବିଭାଗ । କଇଁଛ ଗୁଡିକ କଳାହାଣ୍ଡି ଜିଲ୍ଲା ଗତମୁଣ୍ଡାରୁ ଉମରକୋଟ ଅଞ୍ଚଳକୁ ଚାଲାଣ ହେଉଥିଲା । ବିଶେଷ ସୂତ୍ରରୁ ଖବର ପାଇ ଝରିଗାଁ ବନାଞ୍ଚଳ ଅଧିକାରୀ ଗୋବିନ୍ଦ ନାୟକଙ୍କ ନେତୃତ୍ୱରେ ଏକ ଟିମ ଘଟଣା ସ୍ଥଳରେ ପହଂଚି ଜୀବନ୍ତ ଅବସ୍ଥାରେ ୧୭୬ଟି କଇଁଛ ଜବତ ଉଦ୍ଧାର କରିଥିଲେ। ଚୋରା ଚାଲାଣ ସଂପୃକ୍ତି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଥିଲା ଟିମ୍ । କଇଁଛ ଗୁଡିକ ଝରିଗାଁ ସେଣ୍ଟ୍ରାଲ ନର୍ସରୀରେ ରଖାଯାଇଛି । ଗିରଫ ଚାରିଜଣ କଳାହାଣ୍ଡି ଜିଲ୍ଲାର ହୋଇଥିବା ସୂଚନା ।

ସୂଚନା ଯୋଗ୍ୟ ମାର୍ଚ୍ଚ ୩ରେ ପଶ୍ଚିମବଙ୍ଗରୁ କର୍ଣ୍ଣାଟକକୁ କଇଁଛ ଚୋରା ଚାଲାଣ କରାଯାଉଥିବା ବେଳେ ମଙ୍ଗୁଳି ଟୋଲ ପ୍ଲାଜା ନିକଟରେ ୩୫୧ ବିରଳ କଇଁଛ ଜବତ କରିଥିଲା DRI । ଟାଟା ଟିଆଗୋ କାରରୁ ୩୫୧ଟି ବିରଳ କଇଁଛ ଜବତ କରାଯାଇଥିଲା । ଘଟଣାରେ ୩ ଜଣଙ୍କୁ ଅଟକ ରଖି ବନ ବିଭାଗକୁ ହସ୍ତାନ୍ତର କରିଥିଲା DRI । ପରେ ଏହାକୁ ଚାଲାଣ କରୁଥିବା ୩ ଜଣଙ୍କୁ ପଚରାଉଚରା ସହ ସମସ୍ତେ ବନ୍ୟପ୍ରାଣୀ ସ୍ମଗଲର ବୋଲି ଜଣା ପଡିଥିଲା ।

 

Leave A Reply

Your email address will not be published.