ସୁଆଣ୍ଡୋରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ, କହିଲେ- ଖୁବ୍ ଶୀଘ୍ର ପୂରଣ ହେବ ସଂକଳ୍ପ ପତ୍ରର ପ୍ରତିଶ୍ରୁତି

ପୁରୀ (କେନ୍ୟୁଜ): ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ମାଟିରେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋପବନ୍ଧୁ ଜନ୍ମପୀଠ ପରିଦର୍ଶନ କରିବା ସହ ଗୋପବନ୍ଧୁଙ୍କ ଆଶୀର୍ବାଦ କାମନା କରିଛନ୍ତି । ଆଜି ସକାଳୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପରେ ଚାରିଦ୍ୱାର ଖୋଲା କାର୍ଯ୍ୟକ୍ରମ କରିଥିଲେ । ତାପରେ ସତ୍ୟବାଦୀ ସୁଆଣ୍ଡୋ ସ୍ଥିତ ଉତ୍କଳମଣିଙ୍କ ଷଠିଘରକୁ ପରିଦର୍ଶନ କରିବା ପରେ ଗୋପବନ୍ଧୁ ଉଦ୍ୟାନରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ।

ମାଲ୍ୟାର୍ପଣ ପରେ ଗ୍ରାମବାସୀଙ୍କ ସହିତ କଥୋପକଥନ ସମୟରେ ସେ କହିଥିଲେ ଯେ ଆମ ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶୃତିଗୁଡିକ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି। ସେ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟ ସରକାର ୧୦୦ ଦିନ ଭିତରେ ‘ସମୃଦ୍ଧ କୃଷକ ନୀତି’ ଆଣୁଛନ୍ତି । ଏ ନୀତି ଆସିଲେ କୃଷକ ଭାଇଭଉଣୀମାନଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରିବ।

ଏହାପରେ ଗୋପବନ୍ଧୁ ସଂଗ୍ରହଳୟକୁ ବୁଲି ଦେଖିଛନ୍ତି । ଏହି ଅବସରରେ ସମ୍ପୂର୍ଣ୍ଣ ମନ୍ତ୍ରୀମଣ୍ଡଳର ସଦସ୍ୟ ଓ ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ପୁରୀ ସାଂସଦ ଡା.ସମ୍ବିତ ପାତ୍ର, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ଅନେକ ପ୍ରମୁଖ ନେତୃତ୍ୱ ପରିଦର୍ଶନ କରିଥିଲେ ।

Leave A Reply

Your email address will not be published.