ରାଜ୍ୟରୁ ହଟିଲା 5T ଓ ମୋ ସରକାର, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରୁ ହଟିଲା 5T ଓ ମୋ ସରକାର । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ ମିଳିଲା ନିର୍ଦ୍ଦେଶ । ନିର୍ଦ୍ଦେଶ ଦେଲେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ୫ଟି ବ୍ୟବସ୍ଥା ଲାଗୁ ହୋଇଥିଲା ।

ନବୀନ ପଟ୍ଟନାୟକ ତାଙ୍କ କାର୍ଯ୍ୟକାଳର ୫ମ ପାଳିରେ ଏହି ବ୍ୟବସ୍ଥା ଲାଗୁ କରିଥିଲେ । ୫ଟି (ଟିମ୍‌ୱାର୍କ, ଟ୍ରାନ୍ସପେରିଏନ୍‌ସି, ଟେକ୍ନୋଲୋଜି, ଟାଇମ୍‌ ଓ ଟ୍ରାନ୍ସଫରମେସନ) ଆଧାରରେ ରାଜ୍ୟର ବିକାଶ ହୋଇପାରିବ ବୋଲି ନବୀନ ସରକାର ଚିନ୍ତା କରିଥିଲେ । ୫ଟି ମାଧ୍ୟମରେ ବିଦ୍ୟାଳୟଗୁଡ଼ିକ ରୂପାନ୍ତରିତ କରିଥିଲେ ନବୀନ । ତେବେ ଏହାକୁ ନେଇ ବିରୋଧୀ ଅଭିଯୋଗ ମଧ୍ୟ ଆଣିଥିଲେ।

ସୂଚନାଯୋଗ୍ୟ, ରାଜ୍ୟରେ ବିଜେପି ସରକାର ଆରମ୍ଭ ହେବାର ଗୋଟିଏ ଦିନ ପରେ ଏହି ନିଷ୍ପତ୍ତି ନିଆଯାଇଛି । ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବର ଠିକ ପରେ ପରେ ରାଜ୍ୟ କ୍ୟାବିନେଟ ଡକାଯାଇଥିଲା । ଏଥିରେ କେତକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.