ପୋକ୍ସୋ ମାମଲା: ବିଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରାଯାଇଛି । ବେଙ୍ଗାଲୁରୁର ଏକ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ଓ୍ଵାରେଣ୍ଟ ଜାରି କରିଛନ୍ତି । ଯୌନ ଅପରାଧରୁ ଶିଶୁ ସୁରକ୍ଷା ଅର୍ଥାତ୍‌ ପୋକ୍ସୋ ମାମଲା ଅଧୀନରେ ୟେଦିୟୁରପ୍ପାଙ୍କ ବିରୋଧରେ ଏହି ୱାରେଣ୍ଟ ଜାରି କରାଯାଇଛି ।

କହି ରଖୁଛୁ ଯେ ଗତ କିଛି ମାସ ତଳେ ଜଣେ ନାବାଳିକାଙ୍କ ମା’ ୟେଦିୟୁରପ୍ପାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ସେ ଅଭିଯୋଗ କରିଥିଲେ କି, ଚଳିତ ବର୍ଷ ଫେବୃୟାରୀ ୨ରେ ୟେଦିୟୁରପ୍ପା ତାଙ୍କ ବାସଭବନରେ ଭେଟିବା ସମୟରେ ନାବାଳିକାଙ୍କୁ ଅସଦାଚରଣ କରିଥିଲେ । ପୋଲିସ ମହିଳାଙ୍କ ବୟାନ ଆଧାରରେ ୟେଦିୟୁରପ୍ପାଙ୍କ ବିରୋଧରେ ପୋକ୍ସୋ ଏବଂ ଆଇପିସି ଧାରା ୩୫ଏ ଅଧୀନରେ ମାମଲା ରୁଜୁ କରିଥିଲା ।

ମାମଲା ରୁଜୁ ହେବାର କିଛି ଘଣ୍ଟା ପରେ କର୍ଣ୍ଣାଟକ ପୋଲିସ ମହାନିର୍ଦ୍ଦେଶକ ଏହି ମାମଲାକୁ ତତ୍କାଳ ପ୍ରଭାବରେ ତଦନ୍ତ ପାଇଁ ସିଆଇଡିକୁ ହସ୍ତାନ୍ତର କରିଥିଲେ । ତେବେ ୟେଦିୟୁରପ୍ପା ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । ସେ କହିଥିଲେ କି, ଏହି ଅଭିଯୋଗ ମାମଲାରେ ସେ ଆଇନଗତ ଭାବରେ ଲଢ଼ିବେ । ୟେଦିୟୁରପ୍ପା କୋର୍ଟଙ୍କୁ ଏଫ୍‌ଆଇଆର୍‌ ରଦ୍ଦ କରିବାକୁ ଅନୁରୋଧ କରିଛନ୍ତି । କହି ରଖୁଛୁ ଯେ ବିଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ୫୪ ବର୍ଷୀୟା ମହିଳାଙ୍କର ଗତ ମାସରେ ମୃତ୍ୟୁ ହୋଇଯାଇଛି ।

Leave A Reply

Your email address will not be published.