ଟି୨୦ ବିଶ୍ୱକପ ୨୦୨୪: ଭଙ୍ଗାଗଲା ନାସାଉ କାଉଣ୍ଟି ଷ୍ଟାଡିୟମ, ଖର୍ଚ୍ଚ ହୋଇଥିଲା ୨୫୦ କୋଟି

ଟି-୨୦ ବିଶ୍ୱକପରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମ । ମାତ୍ର ୩ ମାସରେ ତିଆରି ହୋଇଥିବା ଷ୍ଟାଡିୟମ ଏବେ ଭଙ୍ଗାଯିବା ଆରମ୍ଭ ହୋଇଛି । ଷ୍ଟାଡିୟମକୁ ମାତ୍ର ୧୦୬ ଦିନରେ ନିର୍ମାଣ କରାଯାଇଥିଲା । ଏଥିପାଇଁ ୨୫୦ କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥିଲା ।

ଭାରତ ନ୍ୟୁୟର୍କର ନାସାଉ କାଉଣ୍ଟି ଷ୍ଟାଡିୟମରେ ହ୍ୟାଟ୍ରିକ ବିଜୟ ପାଇଛି । ଟିମ୍‌ ଇଣ୍ଡିଆ ଟି୨୦ ବିଶ୍ୱକପରେ ଏପର୍ଯ୍ୟନ୍ତ ହୋଇଥିବା ସବୁ ମ୍ୟାଚ ଖେଳିଛି । ଭାରତ-ପାକିସ୍ତାନ ମ୍ୟାଚ୍‌ ମଧ୍ୟ ଷ୍ଟାଡିୟମରେ ଖେଳାଯାଇଥିଲା । ତେବେ ଏହି ଷ୍ଟାଡିୟମର ପିଚକୁ ନେଇ ଅନେକ ବିବାଦ ଦେଖାଦେଇଛି । ଏହି ପିଚରେ ଏପର୍ଯ୍ୟନ୍ତ ହୋଇଥିବା ମ୍ୟାଚରେ ୧୦୦ ରନ୍‌ କରିବା କଷ୍ଟକର ହୋଇପଡୁଥିଲା ।

ତେବେ ଏହି ଷ୍ଟାଡିୟମ ଏବେ ଭଙ୍ଗାଯାଉଛି । ନ୍ୟୁୟର୍କର ଏହି ଷ୍ଟାଡିୟମ କେବଳ ଟି୨୦ ବିଶ୍ୱକପ ପାଇଁ ନିର୍ମାଣ କରାଯାଇଥିଲା । ଏହା ଅସ୍ଥାୟୀ ଷ୍ଟାଡିୟମ । ଏହାର ପିଚ୍‌ ବାହାରୁ ଅଣାଯାଇଥିଲା । ତେଣୁ ଏଠାରେ ମ୍ୟାଚରେ ୧୦୦ ରନ୍‌ କରିବା ମଧ୍ୟ ଟିମ୍‌ ପାଇଁ କଷ୍ଟକର ହୋଇପଡୁଥିଲା । ଏବେ ଏହି ଷ୍ଟାଡିୟମକୁ ଭଙ୍ଗାଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ବୁଲଡୋଜର ଏବଂ କ୍ରେନ ସହାୟତାରେ ଷ୍ଟାଡିୟମକୁ ଭଙ୍ଗାଯାଉଛି ।

ନ୍ୟୁୟର୍କ ନାସାଉ ଷ୍ଟାଡିୟମ ଦୁନିଆର ସବୁଠୁ ବଡ ମଡ୍ୟୁଲାର ଷ୍ଟାଡିୟମ । ଏଥିରେ ୩୦ ହଜାର ଦର୍ଶକ ବସିବାର କ୍ଷମତା ରହିଛି । ଏହି ପିଚ୍‌ ଅଷ୍ଟ୍ରେଲିଆରେ ତିଆରି କରାଯାଇ ସ୍ପେଶାଲ ଡ୍ରପ୍‌ ଇନ୍‌ କରାଯାଇଥିଲା । ଏଠାରେ ମୋଟ ୮ଟି ମ୍ୟାଚ ଖେଳାଯାଇଛି । ଭାରତ ପାକିସ୍ତାନ ବିପକ୍ଷରେ ୧୧୮ ରନ୍‌, ଦକ୍ଷିଣ ଆଫ୍ରିକା ବାଂଲାଦେଶ ବିପକ୍ଷରେ ୧୧୩ ରନ୍‌ କରିଥିଲା । ସବୁଠାରୁ ଅଧିକ ରନ୍‌ ୧୩୭ କାନାଡା ଏଠାରେ କରିଥିଲା । ଏହା ପିଚର ସବୁଠାରୁ ଅଧିକ ସ୍କୋର । ଶ୍ରୀଲଙ୍କା ଟିମ୍‌ ମାତ୍ର ୭୭ ରନରେ ଅଲଆଉଟ ହୋଇଥିଲା ।

Leave A Reply

Your email address will not be published.