ଓଡ଼ିଆ ସଂସ୍କୃତି ଓ ଅସ୍ମିତାର ପର୍ବ ହେଉଛି ରଜ: ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀ
ରଜ ଉପଲେକ୍ଷେ ଓଡ଼ିଶାବାସୀଙ୍କୁ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ରଜ ପର୍ବ ଉପଲକ୍ଷେ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି l ଏକ ବାର୍ତ୍ତାରେ ସେ କହିଛନ୍ତି ଯେ ରଜ ହେଉଛି ଓଡ଼ିଆ ସଂସ୍କୃତି ଓ ଅସ୍ମିତାର ଏକ ପ୍ରଧାନ ଅଂଶ l ଏହା ଓଡ଼ିଶାର ନିଜସ୍ଵ ପର୍ବ l ଅନେକ ପର୍ବ ପର୍ବାଣୀ ଆମ ଦେଶର ସର୍ବତ୍ର ପାଳନ କରାଯାଏ ; କିନ୍ତୁ ରଜ ଓଡ଼ିଆ ଜାତି, ସଂସ୍କୃତିର ଅନନ୍ୟତାକୁ ପ୍ରଦର୍ଶନ କରେ l
ବର୍ଷା ଋତୁର ଆଗମନ ପୂର୍ବରୁ ପ୍ରକୃତିର ସୃଜନତାର ଏହି ପର୍ବରେ ନାରୀକୁ ପ୍ରକୃତିର ଅଂଶ ଭାବରେ ତୁଳନା କରାଯାଏ l ସମାଜରେ ନାରୀର ମହତ୍ତ୍ଵ ଓ ମର୍ଯ୍ୟାଦାକୁ ପ୍ରତିପାଦନ କରେ ଏହି ପର୍ବ l ଯିଏ ଯେଉଁଠି ଥାନ୍ତୁନା କାହିଁକି ସମସ୍ତ ଓଡ଼ିଆଙ୍କୁ ମୁଁ ଏହି ଅବସରରେ ଶୁଭେଚ୍ଛା ଜଣାଇବା ସହ ପୂର୍ବ ବର୍ଷ ଭଳି ଆଗାମୀ ବର୍ଷ ସେମାନଙ୍କ ପାଇଁ ଆନନ୍ଦମୟ ହେଉ, ଏହି କାମନା କରୁଛି ବୋଲି ଗୁରୁଜୀ ଡକ୍ଟର ଶତପଥୀ ତାଙ୍କ ବାର୍ତ୍ତାରେ କହିଛନ୍ତି l