କାଶୀପୁର: ଅଜଣା ରୋଗରେ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା କାଶୀପୁରରେ ଅଜଣା ରୋଗରେ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଅଜଣା ରୋଗରେ ମୃତ୍ୟୁ ଘଟଣାରେ କାରଣ ଜାଣିବାକୁ ସ୍ବାସ୍ଥ୍ୟ ବିଭାଗ ଓ ଆରଏମଆରସିକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସ୍ଥିତି ସ୍ବାଭାବିକ କରିବା ପାଇଁ ଆବଶ୍ୟକ ସ୍ଥଳେ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଛି । ସେହିପରି ମାନୁଷପଦର ଗାଁକୁ ତୁରନ୍ତ ସ୍ବଚ୍ଛ ପାନୀୟ ଜଳ ସହ ଯାତାୟତ ନେଇ ଉପଯୋଗୀ ରାସ୍ତା ନିର୍ମାଣ କରିବାକୁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । କାଶୀପୁର ବ୍ଳକ ଡଙ୍ଗାସିଲ ପଞ୍ଚାୟତର ଦୁର୍ଗମ ଅଗମ୍ୟ ମନୁଶପଦର ଗାଁରେ ୫ ଜଣ ଶିଶୁ ମୃତ୍ୟୁବରଣ କରିଛନ୍ତି  ।

Leave A Reply

Your email address will not be published.