ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧୀନରେ ବିଗ୍ ଫୋର୍, ରହିବ ଅନେକ ଚ୍ୟାଲେଞ୍ଜ

କେନ୍ୟୁଜ (ବ୍ୟୁରୋ) : ବିଭାଗ ବଣ୍ଟନ ସରିଛି । ଏବେ ଦାୟିତ୍ୱ ନେବା ପରେ ମନ୍ତ୍ରୀମାନଙ୍କ ଆଗରେ ରହିବ ଅନେକ ଚ୍ୟାଲେଞ୍ଜ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧୀନରେ ରହିଛି ବିଗ୍ ଫୋର୍ । ଗୃହ,ଅର୍ଥ, ସାଧାରଣ ପ୍ରଶାସନ, ସାଧାରଣ ଅଭିଯୋଗ ଓ ଜଳ ସଂପଦ ବିଭାଗ । ନୂଆ ମୁଖ୍ୟମନ୍ତ୍ରୀଙ୍କ ଆଗରେ ତୁରନ୍ତ ଚ୍ୟାଲେଞ୍ଜ ରହିବ ରାଜ୍ୟରେ ଆଇନ୍ ଶୃଙ୍ଖଳା ରକ୍ଷା ଏବଂ ରଥଯାତ୍ରାକୁ ସୁରୁଖୁରୁରେ ଶେଷ କରିବା ।

ଗତକାଲି ମୁଖ୍ୟମନ୍ତ୍ରୀ ପୋଲିସ ଡିଜି ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଇନ ଶୃଙ୍ଖଳା ନେଇ ଆଲୋଚନା କରିବା ସହିତ ପୋଲିସକୁ ଲୋକାଭିମୁଖୀ ହେବା ନେଇ ବିଭିନ୍ନ ପରାମର୍ଶ ଦେଇଛନ୍ତି । ସେହିପରି ରଥଯାତ୍ରାକୁ କିପରି ସୁଚାରୁ ରୂପେ ସମ୍ପନ୍ନ କରାଯିବ ତାହା ମଧ୍ୟ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ରହିବ । ଏହା ସହିତ ବିଧାନସଭାରେ ନିଜର ପ୍ରଥମ ବଜେଟ୍ ମଧ୍ୟ ଆଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଗତ ଏପ୍ରିଲରେ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର ଭୋଟ ଅନ ଆକାଉଣ୍ଟ ଅଗତ ହୋଇଥିଲା। ଏବେ ନୂଆ ସରକାର ପାଇଁ ଚାଲେଞ୍ଜ କିପରି କରିବେ ସମତୁଲ ବଜେଟ। ୨୦୨୪-୨୫ରେ ୨ ଲକ୍ଷ ୫୫ ହଜାର କୋଟି ଟଙ୍କା କାର ବଜେଟ୍ ଆଗତ ହୋଇଥିଲା ।

Leave A Reply

Your email address will not be published.