‘ଫାଦର୍ସ ଡେ’ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ବିମାନ ଦୁର୍ଘଟଣା, ୨ ମୃତ

ଆମେରିକାରେ ଫାଦର୍ସ ଡେ ରେ ଆୟୋଜିତ ହେଇଥିବା କାର୍ଯ୍ୟକ୍ରମରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ବିମାନରେ ଥିବା ୨ ଜଣଙ୍କର ମୃତ୍ୟୁ ହୋଇଛି । ବିମାନ ଦୁର୍ଘଟଣା ହେବା ପରେ ସେଥିରେ ନିଆଁ ଲାଗିଯାଇଥିଲା ।

ଖବର ମୁତାବକ, ଆମେରିକାରେ ଏକ ପୁରୁଣା ବିମାନ ଶନିବାର ଦ୍ୱିପ୍ରହରରେ ସେନ୍‌ ବର୍ନାର୍ଡିନୋ କାଉଣ୍ଟିରେ ଚିନ୍ନୋ ବିମାନବନ୍ଦରର ପଶ୍ଚିମପଟେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ହେବା ପରେ ବିମାନରେ ନିଆଁ ଲାଗିଯାଇଥିଲା । ଫଳରେ ଏଥିରେ ଥିବା ୨ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଏହି ବିମାନଟି ବହୁତ ପୁରୁଣା ଥିଲା । ବିମାନଟି ୟାଙ୍କ୍ସ ଏୟାର ମ୍ୟୁଜିୟମର ରହିଥିଲା । ଫାଦର୍ସ ଡେ ଅବସରରେ ଏକ କାର୍ଯ୍ୟକ୍ରମ ପାଇଁ ବିମାନଟି ଉଡାଣ ଭରିଥିଲା । ଆଉ ମଝି ଆକାଶରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା । ବିମାନଟି ଅତି ପୁରୁଣା ହୋଇଥିବାରୁ ଏହା ଦୁର୍ଘଟଣା ହେବା ପରେ ତୁରନ୍ତ ନିଆଁ ଲାଗିଯାଇଥିଲା ।

Leave A Reply

Your email address will not be published.