ହୁତୁ ହୁତୁ ହୋଇ ଜଳିଗଲା ୪ବଖରା ଚାଳଛପର ଘର

ଆଳି : ହୁତୁ ହୁତୁ ହୋଇ ଜଳିଗଲା ୪ବଖରା ଘର । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡ଼ମାନପୁର ଗାଁରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ସଞ୍ଜୀବ ମହାପାତ୍ରଙ୍କର ୪ ବଖରା ଚାଳଛପର ଘର ପୋଡ଼ି ପାଉଁଶ ହୋଇଯାଇଛି । ଆଜି ମଧ୍ୟାହ୍ନ ହଠାତ ଘରେ ନିଆଁ ଲାଗିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ନିଆଁ ଲିଭାଇବା ପାଇଁ ଗାଁ ଲୋକେ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ନିମିଶକ ମଧ୍ୟରେ ଘରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା । ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା ସେମାନେ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ ।

 

Leave A Reply

Your email address will not be published.