ଟି୨୦ ବିଶ୍ୱକପ ୨୦୨୪: ଆଜି ଭାରତ-ଆମେରିକା ମୁହାଁମୁହିଁ, ବିରାଟଙ୍କ ଓ୍ଵିକେଟ ନେଇ ଫ୍ୟାନ୍ସଙ୍କୁ ଝଟକା ଦେବାକୁ ଚାହୁଁଛନ୍ତି ଅଲ୍ଲୀ

ଟି-୨୦ ବିଶ୍ୱକପରେ ଆଜି ମୁହାଁମୁହିଁ ଭାରତ-ଆମେରିକା । ଦୁଇଟି ଯାକ ଟିମ୍‌ ଗ୍ରୁପ ଏରେ ଦୁଇଟି ଦୁଇଟି ମ୍ୟାଚ ଜିତିଛନ୍ତି । ଦୁଇଟି ଯାକ ଟିମ୍‌ ସୁପର ୮ରେ କ୍ୱାଲିଫାଏ କରିଛି । ଭାରତୀୟ ସମୟ ରାତି ୮ଟାରେ ଏହି ମ୍ୟାଚ୍ ଖେଳାଯିବ। ପ୍ରଥମ ଥର ପାଇଁ ଏହି ଦୁଇ ଦଳ ମୁହାଁମୁହିଁ ହେବେ ।

ଆମେରିକା ଟିମ୍‌ ବିଶ୍ୱକପରେ ପ୍ରଥମ ଥର ପାଇଁ ଖେଳୁଛି । ଦୁଇଟି ମ୍ୟାଚ ଜିତିସାରିଛି । ପାକିସ୍ତାନ ଏବଂ କାନାଡାକୁ ହରାଇ ସାରିଛି ଆମେରିକା । ଭାରତ ବିପକ୍ଷରେ ଆମେରିକା ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନୀ ବଂଶୋଦ୍ଭବ ଅଲ୍ଲୀ ଖାନ ଆମେରିକା ଟିମରୁ ଖେଳୁଚନ୍ତି । ତେଣୁ ଅଲ୍ଲୀ ଖାନ ବିରାଟ କୋହଲିଙ୍କୁ ଆଉଟ କରି ଭାରତୀୟ ଫ୍ୟାନ୍ସଙ୍କୁ ଝଟକା ଦେବାକୁ ଚାହୁଁଛନ୍ତି ।

ଅଲ୍ଲୀଙ୍କ ଜନ୍ମ ପାକିସ୍ତାନରେ ହୋଇଥିଲା । କିନ୍ତୁ ୨୦୧୦ରେ ତାଙ୍କ ପରିବାର ଆମେରିକାକୁ ଚାଲିଯାଇଥିଲେ । ଏହାପରେ ଅଲ୍ଲୀ ଆମେରିକା କ୍ଲବ କ୍ରିକେଟରେ ଖେଳିବା ଆରମ୍ଭ କରିଥିଲେ । କ୍ଲବ କ୍ରିକେଟରେ ଭଲ ପ୍ରଦର୍ଶନ କରିବା ପରେ ପ୍ରଥମ ଥର ୨୦୧୬ରେ ଆମେରିକା ଟିମରେ ତାଙ୍କର ସିଲେକ୍ସନ ହୋଇଥିଲା । େଓ୍ଵଷ୍ଟଇଣ୍ଡିଜର ଡେଓ୍ଵନ ବ୍ରାଭୋ ଅଲ୍ଲୀଙ୍କ ବୋଲିଂ ଦେଖି କ୍ୟାରବିଆନ ପ୍ରିମିଅରରେ ଖେଳିବାକୁ ସୁଯୋଗ ଦେଇଥିଲେ । ସିପିଏଲରେ ଖେଳିବା ପରେ ଅଲ୍ଲୀଙ୍କ କ୍ୟାରିଅରରେ ପରିବର୍ତ୍ତନ ହୋଇଥିଲା । ଅଲ୍ଲୀ ଟି-୨୦ ଇଣ୍ଟରନ୍ୟାସନାଲରେ ୧୦ଟି ମ୍ୟାଚ ଖେଳି ୧୧ ଓ୍ଵିକେଟ ନେଇଛନ୍ତି । ଦିନିକିଆରେ ଅଲ୍ଲୀ ୧୫ ମ୍ୟାଚରେ ୩୩ ଓ୍ଵିକେଟ ନେଇଛନ୍ତି ।

ଆଜିର ମ୍ୟାଚ୍ ଜିତି ବିଜୟ ଅଭିଯାନ ବଜାୟ ରଖିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଭାରତ । ଭାରତ ସୁପର-୮ରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିବ ।

ଭାରତୀୟ ଟିମ୍‌ : ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଯଶସ୍ୱୀ ଜୟସଓ୍ଵାଲ, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂ, ଜସପ୍ରୀତ ବୁମରା, ଅକ୍ଷର ପଟେଲ, ଶିବମ ଦୁବେ, ମହମ୍ମଦ ସିରାଜ

ଆମେରିକା ଟିମ୍‌: ମୟଙ୍କପଟେଲ(ଅଧିନାୟକ), ଆରୋନ ଜୋନ୍ସ, ଏଣ୍ଡ୍ରିସ ଗୋସ, କ୍ୟାରୀ ଆଣ୍ଡରସନ, ଅଲ୍ଲୀ ଖାନ, ହରମିତ ସିଂ, ଜେସି ସିଂ, ମିଲନ୍ଦ କୁମାର, ନିସର୍ଗ ପଟେଲ, ନୀତିଶ କୁମାର, ନୋଶତୁଶ କେଂଜିଗେ, ସୌରଭ, ଷ୍ଟିଭେନ ଟେର, ଶାୟର ଜହାଙ୍ଗୀର ।

Leave A Reply

Your email address will not be published.