ଘାଟିରେ OSRTC ବସ୍ ଦୁର୍ଘଟଣାଗ୍ରସ୍ତ, ୩୫ ଆହତ

ବଣାଇ : ଘାଟିରେ OSRTC ବସ୍ ଦୁର୍ଘଟଣାଗ୍ରସ୍ତ, ୩୫ ଆହତ। ଗୁରୁଣ୍ଡୁଆ ଥାନାର ତାମଡ଼ା ଘାଟିରେ ଦୁର୍ଘଟଣା। ପଙ୍କଢ଼ିହିରୁ ବଣାଇ ଦେଇ ରାଉରକେଲା ଯାଉଥିଲା OSRTC ବସ। ତାମଡା ଘାଟିରେ ବ୍ରେକ ଫେଲ ହେବା ଯୋଗୁ ବସଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଚଟାଣରେ ବାଡେଇ ହୋଇଯାଇଥିଲା ।

ଦୁର୍ଘଟଣାରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ କିଛି ଆହତ ହୋଇଥିବା ବେଳେ ଆଉ କିଛି ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଗୁରୁଣ୍ଡିଆ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ ରାଉରକେଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଗୁରୁଣ୍ଡିଆ ପୋଲିସ ପହଞ୍ଚି ତଦନ୍ତ କରୁଛି । ତେବେ ଦୁର୍ଘଟଣା ହୋଇଥିବା ବସରେ ଗର୍ଭବତୀ ମହିଳା ଓ ଆଶାକର୍ମୀ ଥିବା ସୂଚନା ମିଳିଛି । ସେମାନଙ୍କୁ ଚିକିତ୍ସା ପାଇଁ ଗୁରୁଣ୍ଡିଆ ଚିକିତ୍ସାଳୟକୁ ଅଣାଯାଉଛି ।

You might also like