ପୁରୀରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କଲେ ଦର୍ଶନ

ଭୁବନେଶ୍ୱର (କେନ୍ୟୁଜ): ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅଶ୍ବିନୀ ବୈଷ୍ଣବ ଓ ପୁରୀ ସାଂସଦ ସମ୍ବିତ ପାତ୍ର । ସକାଳ ୧୧ଟାରେ କେନ୍ଦ୍ରମନ୍ତ୍ରୀ ପୁରୀରେ ପହଞ୍ଚିଥିଲେ । ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥଲେ । କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିରକୁ ସ୍ୱାଗତ କରାଯାଇଛି l ଶ୍ରୀମନ୍ଦିରରେ ପହଞ୍ଚିବା ପରେ ବିଜେପି କର୍ମୀ ଓ ନେତା ତାଙ୍କୁ ସ୍ୱାଗତ କରିଥଲେ। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ତାଙ୍କୁ ଶ୍ରୀ ମନ୍ଦିର ଭିତରକୁ ନେଇଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରଥମେ ପ୍ରଭୁ ପତିତପାବନଙ୍କୁ ମୁଣ୍ଡିଆ ମାରି ଶ୍ରୀମନ୍ଦିରକୁ ପ୍ରବେଶ କରିଥଲେ। ପରେ ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିଥଲେ।

ସୂଚନା ଅନୁସାରେ ଗତକାଲି ଶପଥ ସମାରୋହରେ ସାମିଲ ହେବାପାଇଁ ଶ୍ରୀ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏଥିପାଇଁ ବିଜେପି ବିଧାୟକଙ୍କର ଟିମ୍ ପୁରୀ ଯାଇଛଥିଲେ । ଚିଲିକାର ବିଜେପି ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ, ନିମାପଡା ବିଧାୟିକା ପ୍ରଭାତି ପରିଡା ଛପା ହୋଇଥିବା ନିମନ୍ତ୍ରଣ କାର୍ଡକୁ ସାଙ୍ଗରେ ନେଇଥିଲେ ପରମ୍ପରା ଅନୁଯାୟୀ ତିନି ଠାକୁରଙ୍କୁ ଦଳ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ଶ୍ରୀମନ୍ଦିରକୁ ଗୁଆ ନଡ଼ିଆ ନେଇ ଶପଥ ସମାରୋହରେ ସାମିଲ ହେବାକୁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦେଇଥିଲେ।

Leave A Reply

Your email address will not be published.