ଭାରତ ଠାରୁ ପାକିସ୍ତାନ ମ୍ୟାଚ ହାରିବା ପରେ ଲୋକଙ୍କ କମେଣ୍ଟ ନେଉଥିଲେ ୟୁଟ୍ୟୁବର, ରାଗରେ ଗୁଳି କରିଦେଲେ ସିକ୍ୟୁରିଟି ଗାର୍ଡ

ଭାରତ-ପାକିସ୍ତାନ ମଧରେ ଜୁନ୍‌ ୯ ତାରିଖ ନ୍ୟୁୟର୍କରେ ଟି୨୦ ବିଶ୍ୱକପ ମ୍ୟାଚ ଖେଳାଯାଇଥିଲା । ଭାରତ ଏହି ମ୍ୟାଚକୁ ୬ ରନରେ ରୋମାଂଚକ ବିଜୟ ପାଇଥିଲା । ଏହି ମ୍ୟାଚ ପରେ ପାକିସ୍ତାନୀ ଫ୍ୟାନ୍ସ ପୁଣି ଥରେ ନିରାଶ ହୋଇଯାଇଥିଲେ । ତେବେ ଏହି ମ୍ୟାଚ ସମୟରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ୟୁଟ୍ୟୁବରଙ୍କୁ ସିକ୍ୟୁରିଟି ଗାର୍ଡ କରାଚିରେ ଗୁଳି ମାରିଛନ୍ତି । ଏହି ଘଟଣାରେ ଲୋକେ ଭୟଭୀତ ହୋଇଯାଇଛନ୍ତି । ୟୁଟ୍ୟୁବର ଜଣକ ଭାରତ ପାକିସ୍ତାନ ମ୍ୟାଚକୁ ନେଇ ଲୋକଙ୍କ କମେଣ୍ଟ ନେଉଥିବା ବେଳେ ଏଭଳି ଘଟଣା ଘଟିଛି ।

ପାକିସ୍ତାନ ମିଡିଆ ରିପୋର୍ଟ ଅନୁସାରେ, ସାଦ ନାମକ ୟୁଟ୍ୟୁବର କରାଚୀରେ ମୋବାଇଲ ମାର୍କେଟ ଯାଇ ସେଠାରେ ଥିବା ଦୋକାନୀଙ୍କ କମେଣ୍ଟ ନେଉଥିଲେ । ଏହି ସମୟରେ ଜଣେ ସିକ୍ୟୁରିଟି ଗାର୍ଡ ସାମ୍ନାକୁ ଆସିଥିଲେ । ଫଳରେ ୟୁଟ୍ୟୁବର ଜଣକ ତାଙ୍କ ବୟାନ ନେବାକୁ ଚେଷ୍ଟା କରିଥିଲେ । ତେବେ ୟୁଟ୍ୟୁବରଙ୍କ କଥାରେ କୌଣସି ଆନ୍ତରିକତା ଦେଖାନଥିଲେ ସିକ୍ୟୁରିଟି ଗାର୍ଡ । ଏହାପରେ ସିକ୍ୟୁରିଟି ଗାର୍ଡ ଜଣକ ସାଦକୁ ଗୁଳିମାରିଥିଲେ । ଗାର୍ଡ ଜଣକ ତାଙ୍କ ଆଗରେ ମାଇକ୍ରୋଫୋନ ଦେଖି ଚିଡିଯାଇଥିଲେ ।

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ସିକ୍ୟୁରିଟି ଗାର୍ଡ ରାଗି କରି ଆସି ୟୁଟ୍ୟୁବରକୁ ଗୁଳିମାରିଥିଲେ । ତାଙ୍କୁ ତୁରନ୍ତ ହସପିଟାଲ ନିଆଯାଇଥିଲା, ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ତେବେ ୟୁଟ୍ୟୁବରଙ୍କ ମୃତ୍ୟୁରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ସାଦ ବିବାହିତ ଥିଲେ । ତାଙ୍କର ଦୁଇଟି ପିଲା ରହିଛି ।

ପୋଲିସ କହିବା ମୁତାବକ, ୩୫ ବର୍ଷୀୟ ଅହମଦ ଗୁଲ ନାମକ ଜଣେ ସିକ୍ୟୁରିଟି ଗାର୍ଡ ୨୪ ବର୍ଷୀୟ ସାଦ ଅହମଦକୁ ଗୁଳି ମାରିଥିଲେ । କରାଚୀର ବଫର ଜୋନ ଅଂଚଳରେ ସେରୀନା ମୋବାଇଲ ମଲ ପାଖରେ ଭିଡିଓ କରୁଥିଲେ । ସିକ୍ୟୁରିଟି ଗାର୍ଡ ଯୁବକଙ୍କୁ ରୋକି ତାଙ୍କୁ ଗୁଳି ମାରିଥିଲେ । ଗାର୍ଡକୁ ଗିରଫ କରାଯାଇଛି ବୋଲି ପୋଲିସ କହିଛି । ଏହାକୁ ନେଇ ଅଧିକ ପଚରାଉଚରା କରାଯାଉଛି ।

Leave A Reply

Your email address will not be published.