୩୦ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ବୌଦ୍ଧ ହରଭଙ୍ଗା : ବୌଦ୍ଧ ଅବକାରୀ ବିଭାଗର ଜିଲ୍ଲା ମୋବାଇଲ୍ ୟୁନିଟ୍ ପକ୍ଷରୁ ମହାନଦୀ ୫୭ ନମ୍ବର ଜାତୀୟ ରାଜପଥର ବ୍ରିଜ୍ ଛକଠାରେ ଏକ ଗଂଜେଇ ଭର୍ତ୍ତି ଥିବା କାରକୁ ଜବତ କରାଯାଇଛି । ସେଥିରୁ ୩୦ କେଜି ଗଂଜେଇ ମିଳିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ଦୁଇ ଗିରଫ ଅଭିଯୁକ୍ତ ହେଲେ ମନମୁଣ୍ଡା ଥାନା ଗୁନ୍ଦୁଳିଆର କପିଳ ସିଂହ (୪୦) ଏବଂ ଏରେଡ଼ା ଗ୍ରାମର ଶ୍ରୀକ୍ରିଷ୍ଣା ବେହେରା(୪୩) । ଜବତ ଗଂଜେଇକୁ ଦୁହେଁ ଗୁନ୍ଦୁଳିଆରୁ ଆଣି ଚାରିଛକ ଅଭିମୁଖେ ଯାଉଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା । ଏନେଇ କେସ୍ ନଂ ୬୩/୨୪ରେ ଏକ ମାମଲା ରୁଜୁ ହୋଇଛି । ଦୁଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.