ହାତୀ ଆକ୍ରମଣରେ ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି

କାମାକ୍ଷାନଗର : ହାତୀ ଆକ୍ରମଣରେ ମହିଳା ଗୁରୁତର । ଗୁରୁତର ମହିଳା ହେଲେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଗ୍ରାମର ରଚନା ନାୟକ । ସକାଳେ ରଚନା ଘର ପଛପଟକୁ ଶୈାଚହେବାକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ଆକ୍ରମଣ କରିଥିଲା । ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ କାମାକ୍ଷାନଗର ମେଡିକାଲ ଭର୍ତ୍ତି କରିଥିବା ବେଳେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ବନ ଅଧିକାରୀ ଘଟଣାସ୍ଥଳକୁ ଯିବା ସହ ଅଧିକ ତଦନ୍ତ ଜାରି ରଖିଛି । ଦନ୍ତା ହାତୀଟି ପର୍ଜଙ୍ଗ ଅଞ୍ଚଳରୁ ଏପଟକୁ ଆସିଥିବା ଜଣାପଡିଛି ।

Leave A Reply

Your email address will not be published.