ଶୁଆକୁ ନେଇ ରିଲ୍ସ କରିବା ପଡ଼ିଲା ମହଙ୍ଗା, ବନବିଭାଗ ଘରେ ଚଢ଼ାଉ କରି ନେଇଗଲେ

କଟକ: ଖୁଆଇ ନଦେଲେ ଖାଉ ନଥିଲେ । ପିଆଇ ନ ଦେଲେ ପିଉ ନଥିଲେ । ଏ ଘରେ ମୋ ପୁଅ ଭଳି ତାକୁ ରଖିଥିଲି । ଏପରି କହି ଭୋ ଭୋ ହୋଇ କାନ୍ଦୁଛନ୍ତି ଏହି ବ୍ୟକ୍ତି । ଖାଲି ଏହି ବ୍ୟକ୍ତି ନୁହଁନ୍ତି ପୁରା ପରିବାର କାନ୍ଦୁଛନ୍ତି । କାରଣ ଘରେ ପାଳିଥିଲେ ଶୁଆ । ଯେଉଁ ଶୁଆର ମୁହଁ ଦିନେ ନ ଦେଖିଲେ ରହିପାରୁନଥିଲେ । ଶୁଆ ମଧ୍ୟ ଏହି ପରିବାର ହାତରୁ ନଖାଇଲେ ଉପାସ ରହିଯାଏ ପଛେ ହେଲେ ପରିବାର ଲୋକେ ଖୁଆଇ ନ ଦେଲେ ସେ ପର୍ଯ୍ୟନ୍ତ ଖାଇନଥାଏ । ଡାକିଲେ ଜବାବ୍‌ ଦିଏ ଶୁଆ । କିନ୍ତୁ ଏବେ ଏହି ଶୁଆକୁ ନେଇ ଯାହା ଘଟିଯାଇଛି ବର୍ତ୍ତମାନ ପରିବାର ଲୋକେ ତାକୁ ଗ୍ରହଣ କରିପାରୁନାହାଁନ୍ତି ।

ମୋବାଇଲରେ ଶୁଆକୁ ନେଇ ରିଲ୍ସ କରିବା ପଡ଼ିଲା ମହଙ୍ଗା । ମୋବାଇଲ ରିଲ୍ସ ରୁ ଉଦ୍ଧାର ହେଲା ଶୁଆ । କଟକ ଜିଲ୍ଲା ସାଲେପୁର ବ୍ଲକ ଚନ୍ଦ୍ରଦେଇପୂର୍ ଗାଁ ରେ ଆଜି ସକାଳେ କଟକ ବନ ବିଭାଗ ର ଏକ ଟିମ୍ ଚଢାଉ କରି ଜୈନିକ ବ୍ୟକ୍ତିଙ୍କ ଘରୁ ତିନି ଗୋଟି ବନ୍ୟ ଶୁଆ ଜବତ କରିଛନ୍ତି । ଯେଉଁଥିପାଇଁ ଏହି କାନ୍ଦ ବୋବାଳି ପଡ଼ିଛି । ପୁରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।

ତେବେ ଚନ୍ଦ୍ରଦେଇପୁର ଗାଁ ରେ ଏକ ପରିବାର ଶୁଆ ରଖି ଏହାର ରିଲ୍ଲସ କରିଥିଲେ । ଯେଉଁ ରିଲ୍ସ ତାଙ୍କୁ ଆଜି ମହଙ୍ଗା ପଡ଼ିଛି । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବାର ସୂଚନା ପାଇ ବନ ବିଭାଗ ପକ୍ଷରୁ ଚଢାଉ କରି ଉକ୍ତ ଶୁଆକୁ ଜବତ କରିଛନ୍ତି। ବନ ବିଭାଗ ଶୁଆ ଗୁଡ଼ିକୁ ଉଦ୍ଧାର କରି ନେବା ବେଳେ କାନ୍ଦ ବୋବାଳିରେ ପରିବାର ଲୋକମାନେ ଶୁଆ ଟିକୁ ନ ନେବା ପାଇଁ ବିଭାଗକୁ ଅନୁରୋଧ କରିଥିଲେ

ଅପରପକ୍ଷେ ଏହା ଆମର ପୋଷା ଶୁଆ ମୁକ୍ତ ଭାବରେ ବୁଲୁଛନ୍ତି । ସେ ଆମ ପରିବାର ସଦସ୍ୟ ଭଳି ବୋଲି କହିଛନ୍ତି ପରିବାର ଲୋକେ । ଏହାସହ ସେ ଅଭିଯୋଗ ଆଣିଛନ୍ତି ଏହି ଗାଁରେ ସମସ୍ତେ ଶୁଆ ରଖୁଥିବା ବେଳେ କିଛି ଲୋକେ ଶୁଆ ବିକ୍ରି କରୁଛନ୍ତି ଏପରି ଆମ ଘରେ ହଠାତ୍‌ ଚଢ଼ାଉ କରି ଆମ ଶୁୁଆକୁ ନେଇଗଲେ ।

 

Leave A Reply

Your email address will not be published.