ଆଜିଠୁ ମାଛଧରା ଆରମ୍ଭ, ୬୧ ଦିନ ପରେ ହଟିଲା କଟକଣା

ପାରାଦୀପ (କେନ୍ୟୁଜ): ନଦୀ ମୁହାଣ ଏବଂ ସମୁଦ୍ରରେ ମାଛଧରା ଉପରେ ଥିବା ୬୧ ଦିନର କଟକଣା ଶେଷ ହୋଇଛି ।  ଆଜିଠାରୁ ମାଛଧରା ଆରମ୍ଭ ହୋଇଛି। ସେଥିପାଇଁ ରାଜ୍ୟର ସାମୁଦ୍ରିକ ମତ୍ସ୍ୟଜୀବୀମାନେ ଆଜି ଗଭୀର ସମୁଦ୍ରକୁ ଯାତ୍ରା ଆରମ୍ଭ କରିଛନ୍ତି । ତେବେ ଚାନ୍ଦିପୁର ଡିଆରଡିଓ ପକ୍ଷରୁ କିଛି ପରୀକ୍ଷା ନୀରିକ୍ଷା ଥିବାରୁ ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମୁଦ୍ରର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ମତ୍ସ୍ୟଜୀବୀଙ୍କ ଗତିବିଧି ଉପରେ କଟକଣା ରହିଥିବା ସୂଚନା ମିଳିଛି।

ସରକାରଙ୍କ କଟକଣା ଯୋଗୁ ମତ୍ସ୍ୟଜୀବୀମାନେ ଦୀର୍ଘ ଦିନ ଧରି ସମୁଦ୍ରକୁ ଯାଇପାରୁ ନଥିଲେ। ମାତ୍ର କଟକଣା ହଟିବାରୁ ବେଶ୍‌ ଉତ୍ସାହର ସହ ଆଜି ସେମାନେ ସମୁଦ୍ର ଯାତ୍ରା ଆରମ୍ଭ କରିଛନ୍ତି। ଏଥିସହ ଟ୍ରଲରରେ ଆବଶ୍ୟକ ପରିମାଣର ଡିଜେଲ, ବରଫ, ପିଇବା ପାଣି, ରାସନ ସାମଗ୍ରୀ ପ୍ରଭୃତି ଲଦି ନେଉଛନ୍ତି।

ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ଯାଏଁ ମାଛ ନଧରିବାକୁ ସରକାର କଟକଣା ଲଗାଇଥିଲେ। ପ୍ରଜନନ ଋତୁରେ ମାଛ ବଂଶ ବୃଦ୍ଧି ଉଦ୍ଦେଶ୍ୟରେ ଏହି କଟକଣା ଲାଗୁ କରାଯାଇଥିଲା।

 

 

 

Leave A Reply

Your email address will not be published.