ଯାନ୍ତ୍ରିକ ତ୍ରୁଟି ପାଇଁ ଚିଲିକା ମଝିରେ ଫସିଲା ଡଙ୍ଗା, ୨୦ରୁ ଅଧିକ ଯାତ୍ରୀ ହନ୍ତସନ୍ତ

ବ୍ରହ୍ମଗିରି (କେନ୍ୟୁଜ): ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ସାତପଡ଼ା ଭିତରେ ଅଟକି ରହିଛନ୍ତି ଯାତ୍ରୀ । ଡଙ୍ଗାଟି ସକାଳ ସାଢ଼େ ୭ଟାରେ ଜହ୍ନିକୁଦା ଘାଟପେଣ୍ଠରୁ ୧୦ଟି ବାଇକ ସମେତ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ସାତପଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ସକାଳ ସାଢ଼େ ୯ଟା ସୁଦ୍ଧା ଡଙ୍ଗାଟି ପ୍ରାୟ ଦେଢ଼ ଘଣ୍ଟା ଧରି ମଏଁସା ନିକଟ ଚିଲିକା ମଝିରେ ଅଟକି ରହିଥିବା ସୂଚନା ମିଳିଛି। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଏଁସା ନିକଟ ମଝି ଚିଲିକାରେ ଡଙ୍ଗାଟି ଅଟକି ରହିଛି । ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

ସୂଚନା ଅନୁସାରେ ଗତ ଏପ୍ରିଲ ୨ ତାରିଖରେ ମଧ୍ୟ ସମାନ ଘଟଣା ଘଟିଥିଲା । ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତୃଟି ପାଇଁ ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଘାଟ ଡ଼ଙ୍ଗା । ଡଙ୍ଗାରେ ୨୫ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ । ଡଙ୍ଗାଟି ସାତପଡ଼ାରୁ ଜହ୍ନିକୁଦାକୁ ଯାଉଥିବାବେଳେ ଚିଲିକା ମଝିରେ ଅଟକି ରହିଥିଲା । ସାତପଡ଼ାରୁ ଚିଲିକା ଦେଇ ଦୀର୍ଘ ପାଞ୍ଚ କିଲୋମିଟର ଜହ୍ନିକୁଦା ଘାଟ ନିକଟକୁ ଯାତ୍ରୀ ମାନଙ୍କୁ ନେଇ ଆସୁଥିଲା ଡ଼ଙ୍ଗା ।

Leave A Reply

Your email address will not be published.