କୁଏତ ଅଗ୍ନିକାଣ୍ଡ: ଭୁବନେଶ୍ବରରେ ପହଞ୍ଚିଲା ମୃତକଙ୍କ ପାର୍ଥିକ ଶରୀର, ୪ ଲକ୍ଷ ଟଙ୍କା ସହୟତା ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ): କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ପାର୍ଥିକ ଶରୀର ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଛି । ଶ୍ରଦ୍ଧାଞ୍ଜଳି ଜଣାଇଲେ ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ବହୁ ବରିଷ୍ଠ ନେତା । ଏୟାରପୋର୍ଟରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମୃତକଘଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହୟତା ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କୁଏତ ଅଗ୍ନିକାଣ୍ଡରେ କଟକ ତିଗିରିଆ ଥାନା କରଡ଼ାପାଲ୍ଲୀର ମହମ୍ମଦ ଜହୁରଙ୍କ ମୃତ୍ୟୁ ଘଟିଛି । ଏକ ଟ୍ରେଡିଂ କମ୍ପାନୀରେ ଟେକ୍ନିସିଆନ ଭାବେ କାର୍ଯ୍ୟରତ ଥିଲେ l ଗାଁରେ ଶୋକର ଛାୟା । ଭାଙ୍ଗି ପଡ଼ିଛନ୍ତି, ଭାଙ୍ଗିପଡ଼ିଛନ୍ତି ପରିବାର ଓ ସଂପର୍କୀୟ ।

କୁଏତ ଅଗ୍ନିକାଣ୍ଡରେ ଆଉ ଜଣେ ଓଡ଼ିଆ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗାଁର ସନ୍ତୋଷ ଗୌଡ଼ଙ୍କ ଜୀବନ ଯାଇଛି। ତାଙ୍କ ଘରେ ଓ ଗାଁରେ ଶୋକାକୁଳ ପରିବେଶ। ଗତ ଦୁଇ ବର୍ଷ ଧରି କୁଏତର ଏକ କମ୍ପାନୀରେ ସେ କାମ କରୁଥିଲେ । ଗତ ମାର୍ଚ୍ଚ ମାସରେ ବାପାଙ୍କ ହାର୍ଟ ଅପରେସନ ପାଇଁ ଘରକୁ ଆସି ପୁଣି କର୍ମସ୍ଥଳକୁ ଫେରିଥିଲେ। କୁଏତ ଅଗ୍ନିକାଣ୍ଡରେ ଓଡ଼ିଶାର ୨ ଜଣଙ୍କ ସମେତ ୪୫ ଭାରତୀୟଙ୍କ ଜୀବନ ଯାଇଛି ।

 

 

Leave A Reply

Your email address will not be published.