ଆଜି ରଜ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

ପୁରୀ (କେନ୍ୟୁଜ): ଆଜି ପବିତ୍ର ରଜ ସଂକ୍ରାନ୍ତି ।  ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ।  ଭକ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭିଡ଼ ଲଗାଇଛନ୍ତି  । ତେବେ ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲି ଥିଲେ ମଧ୍ୟ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି  । ଆଜି ଭୋରୁ ମହାପ୍ରଭୁଙ୍କ ଦ୍ୱାର ଫିଟା ସହ ବିଭିନ୍ନ ନୀତି କାନ୍ତି ଅନୁଷ୍ଠିତ ହୋଇଛି ।  ବର୍ତ୍ତମାନ ମହାପ୍ରଭୁଙ୍କ ଅବକାଶ ନୀତି ଚାଲିଥିବାରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି ।  ଯାହା ଫଳରେ ଲମ୍ବା ଲାଇନ ଶ୍ରୀ ମନ୍ଦିର ବାହାରେ ଦେଖିବାକୁ ମିଳିଛି ସେପଟେ ଚାରି ଦ୍ୱାର ଖୋଲା ହୋଇ ମଧ୍ୟ ଭକ୍ତମାନେ ଦର୍ଶନ ଲାଗି ଅନେକ ସମୟ ଧରି ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ କୃଷିଭିତ୍ତିକ ପର୍ବ ରଜକୁ ନେଇ ଉତ୍ସବ ମୁଖର ଗାଁଠୁ ସହର । ସକାଳୁ ସନ୍ଧ୍ୟା ଯାଏଁ ସବୁଠି ଚାଲିଛି ରଜ ମଉଜ । ଘରେ ଘରେ ମହକୁଛି ପିଠାର ବାସ୍ନା । ରଜର ଦ୍ବିତୀୟ ଦିନରେ ନୂଆ ଜାମା ପିନ୍ଧି ତରୁଣୀ ମାନେ ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରିବା ପରେ ଏକାଠି ହୋଇ ଘରେ ଘରେ ବୁଲି ପିଠା ଖାଇବା ସହ ଦୋଳି ଖେଳି ରଜ ପାଳୁଛନ୍ତି । ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ପାଳନ ହେଉଛି ରଜ ପର୍ବ ।

 

Leave A Reply

Your email address will not be published.