ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଆଳି ଥାନାରେ ଅଭିଯୋଗ ହୋଇଛି । ସଂଘବଦ୍ଧ ଆକ୍ରମଣରେ ସଂପୃକ୍ତ ଠିକାଦାରଙ୍କ ପରିବାରର ୩ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ପ୍ରଥମେ ଆଳି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ SCBକୁ ସ୍ଥାନାନ୍ତରିତ କରାଯାଇଛି ।

ଅଭିଯୋଗ ଅନୁଯାଇ, ମଧୁବନ ଗ୍ରାମ ନିବାସୀ ଠିକାଦାର ସୁକାନ୍ତ ରାଉତ ଆଳି ଥାନାରେ ଦାଏର କରିଥିବା ଏତାଲାରେ ଜଣାଇଛନ୍ତି ଯେ, ତାଙ୍କ ଭାଇ ପ୍ରଶାନ୍ତ ରାଉତ ୟୁକୋ ବ୍ୟାଙ୍କରୁ ୨ଲକ୍ଷ ଟଙ୍କା ଉଠାଇ ଆଣି ଭୂଇଁପୁର ଛକରେ ତାଙ୍କୁ ଅପେକ୍ଷା କରିଥିଲେ । ଏହି ସମୟରେ ନିଆଳ ଗ୍ରାମର ସନ୍ତୋଷ ପଢିହାରୀ ସମେତ ୬ ଜଣ ଯୁବକ ତାଙ୍କ ଭାଇ ପ୍ରଶାନ୍ତଙ୍କ ନିକଟରେ ପହଞ୍ଚି ହଠାତ୍ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ।

ତୁମେ ସବୁଭାଇ ଆଳିରେ ଠିକାଦାରି କରି ବଡ଼ଲୋକ ହେବ, ଚାନ୍ଦା କାହିଁକି ଦେଉନାହଁ ବୋଲି ଧମକ ଦେଇ ଆମକୁ ଏବେ ୫ ଲକ୍ଷ ଟଙ୍କା ଦେ ବୋଲି ଦାବି କରିଥିଲେ । ପ୍ରଶାନ୍ତ ପ୍ରତିବାଦ କରିବାରୁ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ।

ଅନ୍ୟପକ୍ଷରେ ଠିକାଦାରଙ୍କ ଭାଇ ଓ ତାଙ୍କ ସହଯୋଗୀ ଭୁଇଁପୁର ଛକରେ ଗାଳିଗୁଲଜ କରୁଥିଲେ । ଆମେ ପ୍ରତିବାଦ କରିବାରୁ ସେମାନେ କିଛି ପିଲାଡାକି ମୋ ଉପରେ ଆଗେ ଆକ୍ରମଣ କରିଥିବା ପାଲଟା ଅଭିଯୋଗ କରିଛନ୍ତି ସନ୍ତୋଷ ପଢିହାରି । ଏନେଇ ପୋଲିସର ପତିକ୍ରିୟା ମିଳିପାରିନାହିଁ ।

 

Leave A Reply

Your email address will not be published.