ରିଲିଜ ହେଲା ଫିଲ୍ମ ‘କଲ୍କି 2898 AD’ ର ଟ୍ରେଲର, ଭିଡିଓ ଦେଖି ଫ୍ୟାନ୍ସ ମନେ ପକାଇଲେ ‘ମହାଭାରତ’

ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ର ଟ୍ରେଲର ରିଲିଜ ହୋଇଛି । ଯେଉଁଥିରେ ଷ୍ଟାର କାଷ୍ଟର ଦମଦାର ଲୁକ୍ ଦେଖିବାକୁ ମିଳିଛି । ଟ୍ରେଲରରେ ଏହା କୁହାଯାଉଛି ଯେ ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ପ୍ରଭାସ ଏବଂ ଅମିତାଭ ବଚ୍ଚନଙ୍କ ମଧ୍ୟରେ ଏକ ବଡ଼ ଫାଇଟ୍ ଦେଖିବାକୁ ମିଳିଛି । ଏହି ଟ୍ରେଲରର ପ୍ରତ୍ୟେକ ସିନରେ ଅମିତାଭ ବଚ୍ଚନ କିଲର ଦେଖାଯାଉଛନ୍ତି । ଏଥି ସହିତ ପ୍ରଭାସଙ୍କ ବାହୁବଳୀ ଷ୍ଟାଇଲ୍ ମଧ୍ୟ ଏହି ଫିଲ୍ମରେ ଭୈରବଙ୍କ ଭୂମିକାରେ ଦେଖିବାକୁ ମିଳିଛି । ଟ୍ରେଲରରେ କମଲ ହାସନଙ୍କ ରକ୍ତରେ ଭିଜାଯାଇଥିବା ଚେହେରା ଦେଖାଯାଇଛି ଯାହା ଏକ ନୂତନ ଯୁଗର ଆଗମନକୁ ଦର୍ଶାଉଛି । ଟ୍ରେଲରରେ ଦୀପିକା ପାଦୁକୋନ ଏକ ଭିନ୍ନ ଲୁକରେ ମଧ୍ୟ ନଜର ଆସିଛନ୍ତି ।

ଫିଲ୍ମର ଚରିତ୍ରମାନଙ୍କ ସହିତ ଟ୍ରେଲରରେ ଥିବା ଏଇ କାର୍ ଏବଂ 3D ପ୍ରଭାବ ମଧ୍ୟ ପ୍ରଶଂସକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି । ଏହି ଫିଲ୍ମରେ ଜବରଦସ୍ତ VFX ଦେଖିବାକୁ ମିଳିଛି । ଏବେ ଟ୍ରେଲର ରିଳିଜ ହେବା ପରେ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଫିଲ୍ମର ଷ୍ଟୋରି ଏବଂ ଭିଜୁଆଲ୍ ଗୁଡିକ ଅଧିକ ପ୍ରଶଂସା କରାଯାଇଛି । କିଛି ଲୋକ ଏପରିକି ଫିଲ୍ମ ‘କଲ୍କି 2898 AD’ର ଟ୍ରେଲରରେ ଏକ ସିନ୍ ଦେଖିବା ପରେ’ ମହାଭାରତ’କୁ ମନେ ପକାଇଛନ୍ତି, ଯେଉଁଠାରେ ପ୍ରଭାସ ଅର୍ଥାତ୍ ଭୈରବ, ଅଶ୍ୱତଥାମା ଅର୍ଥାତ୍ ଅମିତାଭ ବଚ୍ଚନଙ୍କ ସହ ଲଢୁଥିବାର ନଜର ଆସିଛନ୍ତି । ଏହି ଫିଲ୍ମରେ ପ୍ରଭାସ, ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ ଏବଂ କମଲ ହାସନଙ୍କ ବ୍ୟତୀତ ଦିଶା ପାଟାନି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ଟ୍ରେଲର ଦେଖିବା ପରେ ଜଣେ ୟୁଜସ ନିଜର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଜଣେ ୟୁଜର ସୋସିଆଲ ମିଡିଆରେ ଲେଖିଛନ୍ତି, ‘ବ୍ଲକବଷ୍ଟର ଫିଲ୍ମ’, ସେହିପରି ଅନ୍ୟ ଜଣେ ୟୁଜର ପ୍ରଭାସଙ୍କ ଡାଇଲୋଗରେ ଲେଖିଛନ୍ତି, ‘ମୁଁ କୌଣସି ଯୁଦ୍ଧରେ ହାରି ନାହିଁ’, ଅନ୍ୟ ଜଣେ ୟୁଜର ଫିଲ୍ମର ପ୍ରଶଂସା କରି ଲେଖିଛନ୍ତି, ‘ଭିଜୁଆଲ୍ ଏବଂ ମେକିଂ ଫାୟାର ।

ତେବେ ଜୁନ୍୨୭ ରେ ସିନେମା ହଲରେ ଫିଲ୍ମ ‘କଲ୍କି 2898 AD’ମୁକ୍ତିଲାଭ କରିବ । ଏହି ଫିଲ୍ମର ଷ୍ଟୋରି ବିଷୟରେ କୁହାଯାଉଛି ଯେ ଏହା କଳିଯୁଗର ବିନାଶ ଉପରେ ଆଧାରିତ ହେବ କାରଣ ପୁରାଣ ଅନୁଯାୟୀ କଳିଯୁଗରେ ଧର୍ମ ପ୍ରତିଷ୍ଠା ପାଇଁ କଲ୍କି ନାମକ ଏକ ଅବତାର ଜନ୍ମ ହେବ ଏବଂ ଏହା ବିଶ୍ୱରେ ବ୍ୟାପିଥିବା ଅନ୍ୟାୟକୁ ଶେଷ କରିବ । ଏହି ଫିଲ୍ମ ବହୁତ ସମୟ ଧରି ଚର୍ଚ୍ଚାରେ ରହିଛି । କାରଣ ସାଉଥ୍ ଏବଂ ବଲିଉଡର ଅନେକ ବଡ ଷ୍ଟାର ଏଥିରେ ନଜର ଆସିବାକୁ ଯାଉଛନ୍ତି । ଯେଉଁଠାରୁ ଅନ୍ୟାୟ ଦୂର ହେବ। ଫ୍ୟାନ୍ସ ଏହି ଫିଲ୍ମକୁ ବହୁତ ସମୟ ଧରି ଅପେକ୍ଷା କରାଯାଇଛି । ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଦିଶା ପାଟାନି, କମଲ ହାସନ ପ୍ରଭାସ ଏବଂ ଦୀପିକା ପାଦୁକୋନ ଏକାଠି ନଜର ଆସିବେ । ଅମିତାଭ ବଚ୍ଚନଙ୍କୁ ଦ୍ରୋଣାଙ୍କ ପୁଅ ‘ଅଶ୍ୱଥାମା’ର ଭୂମିକାରେ ନଜର ଆସିଥିବାବେଳେ ପ୍ରଭାସ ଏହି ଫିଲ୍ମରେ ଭୈରବ ଭୂମିକାରେ ନଜର ଆସିବେ। ଫିଲ୍ମର ଟ୍ରେଲର ରିଲିଜ ଏବେ ପ୍ରଶଂସକଙ୍କୁ ଅଧିକ ଉତ୍ସାହିତ କରିଛି ।

You might also like