ବିଧାୟିକାରୁ ଉପମୁଖ୍ୟମନ୍ତ୍ରୀ, ଜାଣନ୍ତୁ ପ୍ରଭାତୀ ପରିଡ଼ାଙ୍କ ରାଜନୈତିକ ଯାତ୍ରା ବିଷୟରେ

ଭୁବନେଶ୍ୱର (କେନ୍ୟୁଜ): ପ୍ରଥମ ଥର ବିଧାୟିକା । ରାଜ୍ୟରେ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ ପ୍ରଭାତୀ ପରିଡ଼ା । ଦଳ ତାଙ୍କୁ ତାଙ୍କ ପରିଶ୍ରମ ପାଇଁ ପୁରସ୍କୃତ କରିଛି । ତେବେ ଆସନ୍ତୁ ଜାଣିବା ପ୍ରଭାତୀ ପରିଡାଙ୍କ ରାଜନୈତିକ ଯାତ୍ରା ସମ୍ପର୍କରେ ବିଜେପିର ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ନିମାପଡ଼ାର ବିଧାୟିକା ପ୍ରଭାତୀ ପରିଡ଼ା ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଚଳିତ ନିର୍ବାଚନରେ ୪ ହଜାର ୫୮୮ ଖଣ୍ଡ ମାର୍ଜିନରେ ବିଜୟୀ ହୋଇଥିଲେ। ୨୦ ବର୍ଷ ପରେ ନିମାପଡ଼ାରେ ଜିତିଥିଲା ବିଜେପି। ପ୍ରଭାତୀ ପରିଡ଼ା ପୂର୍ବରୁ ବିଜେପି ମହିଳା ମୋର୍ଚ୍ଚାର ସଭାପତି ଭାବେ କାର୍ଯ୍ୟ କରିଛନ୍ତି ।

ପ୍ରଭାତୀ ୧୯୯୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିବା ସହ ସେହିବର୍ଷ ଓଡ଼ିଶା ହାଇକୋର୍ଟରେ ଆଡଭୋକେଟ୍ ଭାବେ ନିଜକୁ ପଞ୍ଜିକୃତ କିରଥିଲେ । ୨୦୦୫ ମସିହାରେ ସେ ପବ୍ଲିକ ଆଡମିନିଷ୍ଟ୍ରେସନରେ ପିଜି କରିଥିଲେ । ୨୦୦୯ ମସିହାରୁ ରାଜନୀତିରେ ପାଦ ଥାପିଥିଲେ ପ୍ରଭାତୀ ପରିଡା । ସେ ପ୍ରଥମେ ୨୦୦୯ରେ ନିମାପଡା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢି ପରାଜିତ ହୋଇଥିଲେ । ଏହା ପରେ ୨୦୧୪ରେ ବିଜେପି ଟିକେଟ ପାଇ ନିର୍ବାଚନ ଲଢିଥିଲେ ବି ପରାଜିତ ହୋଇଥିଲେ । ୨୦୧୯ରେ ବି ସେ ପରାଜିତ ହୋଇଥିଲେ । ଏତେ ଥର ନିର୍ବାଚନ ହାରିବା ପରେ ସେ ଦଳର ସକ୍ରିୟ ସଦସ୍ୟ ଭାବେ ମଧ୍ୟ ମଧ୍ୟ କାମ କରିଥିଲେ ।

 

Leave A Reply

Your email address will not be published.