ରାଜଧାନୀ ଦିଲ୍ଲୀରେ ପାଣି ପାଇଁ ହାହାକାର: ପାଇପରେ ଆସୁନି ପାଣି, ଟ୍ୟାଙ୍କର ଉପରେ ଭରସା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପାଣି ପାଇଁ ହାହାକାର । ଅଧିକାଂଶ ସ୍ଥାନରେ ଜଳ ସଂକଟର ବିକଳ ଚିତ୍ର । ପାଇପରେ ଆସୁନି ପାଣି । ଟ୍ୟାଙ୍କର ଉପରେ ଭରସା । ଏ ଚିତ୍ର ଦିଲ୍ଲୀ ଗୋବିନ୍ଦପୁର ଏବଂ ଓଖାଲା ଅଞ୍ଚଳର । ପାଣି ଟ୍ୟାଙ୍କର ଉପରେ ୫୦ରୁ ଅଧିକ ଲୋକ । ପାଇପ ପକାଇବାକୁ ଛଡ଼ାମଡ଼ା ।

ଟ୍ୟାଙ୍କର ପହଞ୍ଚିବା କ୍ଷଣି ବାଲତି, ଡ୍ରମ୍, ଜାର୍, ଯିଏ ଯାହା ଧରି ପହଞ୍ଚି ଯାଉଛନ୍ତି ଲୋକ । ଖରା ଦିନ ଆରମ୍ଭରୁ ଜଳ ସଂକଟ ଭୋଗୁଛି ଦିଲ୍ଲୀ । ସ୍ଥିତି ଆହୁରି ଗମ୍ଭୀର ହେବାରେ ଲାଗିଛି । ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଏହି ସମାନ ଦୃଶ୍ୟ ଦେଖିବାକୁ ମିଳୁଛି ।

ଗତକାଲି ଦିଲ୍ଳୀ ଆପ୍ ସରକାର ଓ କେନ୍ଦ୍ର ଏନଡିଏ ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଥିଲା ଦିଲ୍ଲୀ କଂଗ୍ରେସ । ମାନବୀୟ ଦୃଷ୍ଟିକୋଣରୁ ଯମୁନାକୁ ଅଧିକ ପାଣି ଛାଡ଼ିବାକୁ ଗତକାଲି ହରିଆଣା ସରକାରଙ୍କୁ ନିବେଦନ କରିଛନ୍ତି ଦିଲ୍ଲୀ ଆପ୍ ସରକାର। ପୂର୍ବରୁ ମଧ୍ୟ ଦିଲ୍ଲୀ ସରକାର ଅନୁରୋଧ କରିଥିଲେ । ମୁନାକ କେନାଲ ଓ ୱାଜିରାବାଦ ଡ୍ୟାମରେ ପାଣି କମ ଥିବାରୁ ପ୍ରତିଦିନ ଦିଲ୍ଲୀକୁ ୭ କୋଟି ଗ୍ୟାଲନ୍ ପାଣିର ଅଭାବ ରହୁଛି ।

Leave A Reply

Your email address will not be published.