ସରୁନି ଗ୍ରୀଷ୍ମ ପ୍ରବାହର କଷ୍ଟ, ଜୁନ୍‌ ୧୪ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ସରୁନି ଗ୍ରୀଷ୍ମ ପ୍ରବାହର କଷ୍ଟ । ୪ ଦିନ ପାଇଁ ହିଟୱେଭ ଜାରି ରହିବ । ଉପକୂଳବର୍ତ୍ତୀ ଜିଲ୍ଲାରେ ଗରମ ଓ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । ହିଟୱେଭ ଓ ଉଷ୍ମ ରାତି ପାଇଁ ୧୪ ତାରିଖ ଯାଏ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଆଜି ହିଟୱେଭ ଓ ଉଷ୍ମ ରାତି ପାଇଁ ବୌଦ୍ଧ, ସୋନପୁର, ବଲାଙ୍ଗୀର, ସମ୍ବଲପୁର ଓ ନୂଆପଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେହିପରି ତାତି ପାଇଁ କନ୍ଧମାଳ, ବରଗଡ଼, ଝାରୁସୁଗୁଡ଼ା ଓ ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୪ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ଡିଗ୍ରିରୁ ୩ ଡିଗ୍ରି ସେଲସିୟସ ଯାଏ ବୃଦ୍ଧିର ସମ୍ଭାବନା ରହିଛି । ଏହାପରେ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ତେବେ କାଳବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ସ୍ଥାନେ ସ୍ଥା‌ନେ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏପଟେ ମାଲକାନଗିରି ଜିଲ୍ଲାକୁ ମୌସୁମୀ ଛୁଇଁବା ପରେ ଏବେ ନିଷ୍କ୍ରିୟ ରହିଛି । ମୌସୁମୀ ଅଗ୍ରଗତି ହେଉନଥିବା ବେଳେ ତାତି ଯୋଗୁ ଲୋକମାନେ ହଇରାଣ ହେଉଛନ୍ତି ।

ଗତକାଲି ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ଅଧିକ ରହିଥିଲା। ନୂଆପଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୭ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ମାଲକାନଗିରିରେ ୪୩.୫, ବୌଦ୍ଧରେ ୪୩.୨, ଝାରସୁଗୁଡ଼ାରେ ୪୨.୬ ଡିଗ୍ରି ରହିଥିଲା।

Leave A Reply

Your email address will not be published.