ଏହି ସବୁ ପ୍ରମାଣ ପତ୍ର ଥିଲେ ମିଳିବ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା

ରାଜ୍ୟର ପ୍ରତି ମହିଳାଙ୍କୁ ମିଳିବ ୫୦ହଜାର ଟଙ୍କା । ମଧ୍ୟପ୍ରଦେଶ ଓ ଛତିଶଗଡରେ ସଫଳ ହୋଇଥିବା ଯୋଜନା ଏବେ ଓଡିଶାରେ ହେବାକୁ ଯାଉଛି କାର୍ଯ୍ୟକାରୀ ।  ଆମେ କହୁଛୁ ସୁଭଦ୍ରା ଯୋଜନା ବିଷୟରେ । ସୁଭଦ୍ରା ଯୋଜନା ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କା । ଯାହାକୁ ସେମାନେ ୨ ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ । ଲକ୍ଷ ଲକ୍ଷ ମହିଳାଙ୍କର ହୋଇପାରିବ ଆର୍ଥିକ ବିକାଶ । ମାଗଣାରେ ଘରେ ବସି ପାଇବେ ସୁଭଦ୍ରା ଟଙ୍କା । କିନ୍ତୁ ଏହି ସବୁ ଟଙ୍କା ପାଇବାକୁ ହେଲେ ଦରକାର କିଛି ପ୍ରମାଣପତ୍ର ।

ଯଦି ଉପଯୁକ୍ତ ପ୍ରମାଣ ପତ୍ର ନଥିବ ତେବେ ସୁଭଦ୍ରା ଯୋଜନାରୁ ଆପଣ ବଞ୍ଚିତ ହୋଇପାରନ୍ତି । ତେବେ ଆସନ୍ତୁ ଜାଣିବା, କ’ଣ ସବୁ ପ୍ରମାଣ ପତ୍ର ବା ଡକ୍ୟୁମେଣ୍ଟ ଦରକାର ଏହି ଯୋଜନାର ଲାଭ ଉଠାଇବା ପାଇଁ । ତେବେ ଏହି ଯୋଜନା କେବଳ ମହିଳା ମାନଙ୍କୁ ସଶକ୍ତ କରିବାକୁ କରାଯାଇଛି । କେବଳ ବିବାହିତ ମହିଳା ଏହି ଯୋଜନାର ହକଦାର ହୋଇପାରିବେ ।

ତେବେ ଏହି ଯୋଜନାରେ ଅର୍ନ୍ତଭୁକ୍ତ ହେବା ପାଇଁ ଆପଣଙ୍କର ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ, ଘର ଠିକଣାର ପ୍ରମାଣପତ୍ର, ମୋବାଇଲ ନମ୍ବର, ପାସପୋର୍ଟ ସାଇଜ ଫଟୋ, ଇନକମ ସାର୍ଟିଫିକେଟ ଏବଂ ରାସନ କାର୍ଟ ଆଦି ଡକ୍ୟୁମେଣ୍ଟ ନିହାତୀ ଥିବା ଆବଶ୍ୟକ । ଯଦି ଏହି ସବୁ ଡକ୍ୟୁମେଣ୍ଟ ଆପଣଙ୍କ ପାଖରେ ନାହିଁ ତାହେଲେ ଟଙ୍କା ମଧ୍ୟ ମିଳିପାରିବ ନାହିଁ ।

ତେବେ ଏହି ଯୋଜନା କେବଳ ଓଡ଼ିଶାର ସ୍ଥାୟୀ ବାସିନ୍ଦାଙ୍କୁ ହିଁ ମିଳିବ । ପ୍ରତି ପରିବାରର ଜଣଙ୍କୁ ଏହି ଯୋଜନାରେ ଲାଭ ମିଳିବ । ତେବେ ୨୩ ବର୍ଷ ବୟସରୁ ୫୯ ବର୍ଷର ମହିଳାମାନେ ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇପାରିବେ । ସେହିପରି ସରକାରୀ ଚାକିରି କରିଥିବା କୌଣସି ମହିଳା ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସହିତ କ୍ୟାବିନେଟରେ ମୋହର ବାଜିବା ପରେ ଏବେ ଏହି ସୁଭଦ୍ରା ଯୋଜନା ନେଇ ଚାରିଆଡେ ଚର୍ଚ୍ଚା । ତେଣୁ ରାଜ୍ୟରେ ଏହି ଯୋଜନା ଲାଗୁ ହେବା ପୂର୍ବରୁ ଆପଣ ମାନେ ଏହି ସବୁ ଡକ୍ୟୁମେଣ୍ଟ ଆପଣଙ୍କ ପାଖରେ ରଖିନିଅନ୍ତୁ ।

Leave A Reply

Your email address will not be published.