ଆତିଥ୍ୟ ପାଇଁ ଇଟାଲୀ ସରକାରଙ୍କୁ କୃତଜ୍ଞତା ଜଣାଇଲେ ମୋଦି, ଭିନ୍ନ ଅନ୍ଦାଜରେ ସେଲଫି ନେଲେ ମୋଦି ଏବଂ ମେଲୋନୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ଶିଖର ସମ୍ମିଳନୀରେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଇଟାଲୀରୁ ଫେରିବା ପରେ ସେଠିକାର ଆତିଥ୍ୟକୁ ନେଇ ସାଧାରଣ ଜନତା ଏବଂ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ତେବେ ମୋଦି ଇଟାଲୀ ଗସ୍ତ ପୂର୍ବରୁ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିୟା ମେଲୋନୀଙ୍କୁ ହାତଯୋଡି ନମସ୍କାର କରୁଥିବାର ଦେଖିବାକୁ ମିଳିଥିଲା । ଏବେ ଇଟାଲୀରୁ ଫେରିବା ପରେ ମୋଦିଙ୍କ ଆଉ ଏକ ଭାଇରଲ ହେବାରେ ଲାଗିଛି । ଯାହାକୁ ଦେଖି ୟୁଜର୍ସ ଅନେକ ପ୍ରଶଂସା କରୁଛନ୍ତି ।

ଜି-୭ ଶିଖର ସମ୍ମିଳନୀ ପରେ ମୋଦି ଏବଂ ମେଲୋନୀଙ୍କର ଏକ ଫଟୋ ସାମ୍ନାକୁ ଆସିଛି । ଏଥିରେ ମୋଦି ଏବଂ ମେଲୋନୀ ସେଲଫି ନେଉଥିବାର ନଜର ଆସିଛନ୍ତି । ଦୁହେଁ ଏହି ଫଟୋରେ ବହୁତ ଶାଳୀନତାର ସହ ଏକାଠି ହସୁଛନ୍ତି । ଇଟାଲୀରେ ଶିଖର ସମ୍ମିଳନୀ ହେଉଥିବା ସ୍ଥାନରେ ବାହାରେ ଦୁହେଁ ଫଟୋ କ୍ଲିକ୍‌ କରିଛନ୍ତି । ଏହି ଫଟୋରେ ମୋଦି ଏବଂ ମେଲୋନୀଙ୍କ ଅନ୍ଦାଜ ମଧ୍ୟ ଭିନ୍ନ ରହିଛି ।

ତେବେ ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଇଟାଲୀର ଅପୁଲିୟାରେ ମେଲୋନୀଙ୍କ ସହିତ ତାଙ୍କ ସାକ୍ଷାତ ବେଶ୍‌ ଖାସ୍‌ ଥିଲା । ମୋଦି ଏଥର ଭାରତୀୟ ସଂସ୍କୃତି ପରମ୍ପରା ଅନୁଯାୟୀ ମେଲୋନୀଙ୍କ ସହିତ ହାତ ଯୋଡି ନମସ୍କାର କରିଥିଲେ । ଏହାପରେ ମେଲୋନୀ ମଧ୍ୟ ଭାରତୀୟ ସଂସ୍କୃତି ଅନୁଯାୟୀ ମୋଦିଙ୍କ ଅଭିଭାଦନ ଗ୍ରହଣ କରିଥିଲେ ।

ଜି-୭ ଶିଖର ସମ୍ମିଳନୀରେ ମୋଦି ଏଆଇର ଏକାଧିକାରକୁ ସମାପ୍ତ କରିବାକୁ ଆହ୍ଵାନ ଦେଇଥିଲେ । ଏହା ବିଷୟରେ ଚର୍ଚ୍ଚା କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ ଫର ଅଲ୍‌ ମନ୍ତ୍ର ଦେଇଥିଲେ ।

Leave A Reply

Your email address will not be published.