ଆତଙ୍କୀ ଟାର୍ଗେଟରେ ଅଯୋଧ୍ୟା ରାମ ମନ୍ଦିର, ଜୈସ-ଏ-ମହମ୍ମଦ ସଂଗଠନ ଦେଲା ବିସ୍ଫୋରଣ ଧମକ

ଭାରତରେ ଗତ କିଛିଦିନ ହେଲାଣି ଲଗାତାର ଆତଙ୍କବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସୁଛି । ଗତ କିଛିଦିନରେ ଆତଙ୍କୀ ଭାରତର ୩ଟି ସ୍ଥାନରେ ଆକ୍ରମଣ କରିସାରିଛନ୍ତି । ଏବେ ଆତଙ୍କୀ ଟାର୍ଗେଟରେ ରହିଛି ଅଯୋଧ୍ୟା ରାମ ମନ୍ଦିର । ରାମ ମନ୍ଦିର ଉପରେ ଆତଙ୍କୀ ଆକ୍ରମଣ ଧମକ ମିଳିଛି । ପାକିସ୍ତାନୀ ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦ ଅଡିଓ ଜାରି କରି ରାମ ମନ୍ଦିର ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି । ଆତଙ୍କୀ ଆକ୍ରମଣ ଜାଣିବା ପରେ ପୋଲିସ ପ୍ରଶାସନ ସତର୍କ ରହିଛି । ମନ୍ଦିର ପ୍ରାଙ୍ଗଣରେ ସୁରକ୍ଷା ବଢାଇଦେଇଛି ।

ଅଯୋଧ୍ୟାରେ ସୁରକ୍ଷା ପାଇଁ ଏନଏସଜି ହବ୍‌ ପ୍ରସ୍ତୁତ ହେଉଛି । ଦେଶର ଏହା ୬ଷ୍ଠ ହବ୍‌ । ଏହାପୂର୍ବରୁ ଚେନ୍ନାଇ, ହାଇଦ୍ରାବାଦ, ମୁମ୍ବାଇ ଏବଂ ଅହମଦାବାଦରେ ଏନଏସଜି ହବ୍‌ ରହିଛି । ଅଯୋଧ୍ୟାରେ ଏନଏସଜି ହବ୍‌ ପ୍ରସ୍ତୁତ ହେଉଛି । ସୁରକ୍ଷା ଦୃଷ୍ଟିରୁ ଏହାକୁ ପ୍ରସ୍ତୁତ କରାଯାଇଛି । ଏହି ହବ୍‌ର ବେସ୍‌ ରାମ ମନ୍ଦିର ନିକଟରେ ରହିଛି । ତେବେ ସରକାର ଏଭଳି ଆତଙ୍କୀ ହାମଲାକୁ ଦେଖି ଏନଏସଜି ହବ୍‌ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ନେଇଛି । ଏଠାରେ ଏନଏସଜି ହବ୍‌ ପ୍ରସ୍ତୁତ ହେବା ପରେ ବ୍ଲାକ କମାଣ୍ଡୋ ମଧ୍ୟ ନିୟୋଜିତ ହେବେ ।

ସୂଚନାଯୋଗ୍ୟ, ଅଯୋଧ୍ୟାରେ ରାମ ମନ୍ଦିର ଆକ୍ରମଣ ପାଇଁ ଧମକ ଦେଇଥିବା ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦ ପୂର୍ବରୁ ଏଠାରେ ଆକ୍ରମଣ କରିସାରିଛି । ୨୦୦୫ରେ ଆତଙ୍କୀ ସଂଗଠନ ବାରୁଦ ଭର୍ତ୍ତି ଜିପ୍‌ ନେଇ ମନ୍ଦିର ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣ ପରେ ଦେଶରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଥିଲା । ଏବେ ପୁଣି ଏଭଳି ଧମକ ସାମ୍ନାକୁ ଆସିଛି । ଗତବର୍ଷ ୨୦୨୩ରେ ଆତଙ୍କୀ ସଂଗଠନ ଏଠାରେ ବିସ୍ଫୋରଣ କରିବାକୁ ଚେତାବନୀ ଦେଇଥିଲା ।

Leave A Reply

Your email address will not be published.