ଆସନ୍ତାକାଲି ଇଦ ଉଲ ଜୁହା ପର୍ବ, ୪୦ରୁ ଉର୍ଦ୍ଧ୍ବ ମସଜିଦରେ ସମୂହ ନମାଜ ପାଠ

କଟକ : ଆସନ୍ତାକାଲି ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନେ ଉତ୍ସାହର ସହିତ ପାଳନ କରିବାକୁ ଯାଉଛନ୍ତି ଇଦ ଉଲ ଜୁହା ପର୍ବ । କଟକ ସହରର ୪୦ ରୁ ଉର୍ଦ୍ଧ୍ବ ମସଜିଦଗୁଡିକରେ ଆସନ୍ତାକାଲି ସମୂହ ନମାଜ ପାଠ ଅନୁଷ୍ଠିତ ହେବ । ପ୍ରମୁଖ ଉପାସନା ପୀଠ କଦମ-ଏ-ରସୁଲ ଓ ଇଦଗା ପଡ଼ିଆରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି । ଶାନ୍ତି ଶୃଙ୍ଖଳା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଲିସ କର୍ମଚାରୀଙ୍କୁ ମୃତୟନ କରାଯିବ । ଆସନ୍ତାକାଲି ଠାରୁ ତିନି ଦିନ ପର୍ଯ୍ୟନ୍ତ ଏହି ପର୍ବ ପାଳନ କରାଯିବ ।