ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ଯୁବକଙ୍କୁ ପିଟି ପିଟି ହତ୍ୟା, ୩ ଅଟକ

କାମାକ୍ଷାନଗର (କେନ୍ୟୁଜ): ଯୁବକଙ୍କୁ ପିଟି ପିଟି ହତ୍ୟା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁ ପୁରୁଣାଡିହ ସାହିରେ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ହେଲେ ପୁରୁଣାଡିହ ଯୋଗୀ ସାହିର ଅଚ୍ୟୁତାନନ୍ଦ ନାଥ । ଅଚ୍ୟୁତାନନ୍ଦ ଗାଧୋଇ କରି ଘରକୁ ଫେରୁଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା । ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ତାଙ୍କୁ ଠେଙ୍ଗାରେ ପିଟି ପାଟି ହତ୍ୟା କରାଯାଇଛି । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଖବର ପାଇ ପରଜଙ୍ଗ ପୋଲିସ ମୃତଦେହକୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି । ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୂର୍ବରୁ ମଧ୍ୟ ଜମି ବାଡି଼କୁ କେନ୍ଦ୍ର କରି ବିଭିନ୍ନ ସମୟରେ ମାଡପିଟ ହୋଇଆସୁଥିଲା । ଯାହାକୁ ନେଇ ଗତ କିଛି ବର୍ଷ ହେବ ଦୁଇଟି ପରିବାର ମଧ୍ୟରେ ତିକ୍ତତା ବଢିଥିଲା ।

ସେହିପରି ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ଘରେ ଭିତରେ ପଶି ମା’ ଝିଅଙ୍କୁ ଛୁରୀରେ ଆକ୍ରମଣ କଲେ ପଡୋଶୀ । ଗୁରୁତର ମା ଝିଅ ହେଲେ ଇନ୍ଦୁ ଦାସ ଓ ପାୟଲ ଦାସ । ସକାଳେ ଉଭୟ ମା ଝିଅ ଘରେ ଥିବା ବେଳେ ପଡୋଶୀ ତାଙ୍କ ଘରକୁ ଆସି ଛୁରୀରେ ଆକ୍ରମଣ କରଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି ।  ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.