କେଭି ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ହେବେ ଓଡ଼ିଶାର ନୂଆ ଉପ-ମୁଖ୍ୟମନ୍ତ୍ରୀ

କେନ୍ୟୁଜ (ବ୍ୟୁରୋ) : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଢ଼ିବାକୁ ଯାଉଥିବା ବେଳେ ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାମ ଘୋଷଣା କରିଛି ଦଳ । ସେହିପରି ରାଜ୍ୟରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି ବିଜେପି ।

ସେମାନେ ହେଲେ ପାଟଣାଗଡ଼ ବିଧାୟକ ‌କନକବର୍ଦ୍ଧନ ସିଂହଦେଓ ଓ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା । କେଭି ସିଂଦେଓ ପାଟଣାଗଡ଼ରୁ ୬ଥର ବିଧାୟକ ହୋଇଥିବା ବେଳେ ଓ ନିମାପଡ଼ାରୁ ପ୍ରଥମ ଥର ବିଧାୟିକା ହୋଇଛନ୍ତି ପ୍ରଭାତୀ ପରିଡ଼ା । ବିଜେପି ବିଧାୟକ ଦଳର ବୈଠକରେ ନିଷ୍ପତ୍ତି କ୍ରମେ ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇଛି ବୋଲି ରାଜନାଥ ସିଂ କହିଛନ୍ତି । ଏଥି ସହିତ ଓଡ଼ିଶା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି।

Leave A Reply

Your email address will not be published.