ଦେଖିପାରିଲାନି ଭାଇର ସୁନା ସଂସାର, ଦୀର୍ଘ ଦିନର ରାଗକୁ ସୁଝାଇ ଭାଇବୋହୁକୁ ମାରିଲା ଦେଢ଼ଶୁର

ବାସୁଦେବପୁର (କେନ୍ୟୁଜ) : ଭାଇ ବୋହୂକୁ ମାରିଲା ଦେଢ଼ଶୁର..ଅଛୁଆଁ ଭାଇ ବୋହୁକୁ ମାରିଦେଲା ରାକ୍ଷସ ଦେଢ଼ଶୁର…ଭୁଲିଗଲା ସମ୍ପର୍କ, ଆଉ କରିବସିଲା ପାପ କାମ…ହଁ ଆଜ୍ଞା ଦେଢ଼ଶୁର ମାଡରେ ଭାଇବୋହୂ ଆଖି ବୁଜିଛି । ଯେଉଁ ଦେଢ଼ଶୁରକୁ ଛୁଇଁବା କଥା ନୁହେଁ । ଦେଢ଼ଶୁର ଥିଲେ ମୁଣ୍ଡରେ ହାତେ ଓଢ଼ଣା ଟାଣନ୍ତି ଭାଇ ବୋହୂ । ଆଜି ସେହି ଭାଇବୋହୂକୁ ନିଜ ହାତରେ ମୃତ୍ୟୁ ଶଯ୍ୟାରେ ଶୁଆଇ ଦେଇଛି ଦେଢ଼ଶୁର । ସହି ପାରିଲାନି ଭାଇର ସୁନାର ସଂସାର । ତେଣୁ ସବୁକିଛି କରିଦେଲା ଶେଷ ।
ଦେଖନ୍ତୁ କେମିତି କାନ୍ଦ ବୋବାଳିରେ କମ୍ପୁଛି ପରିବେଶ । ନିଜକୁ ବିଶ୍ୱାସ କରିପାରୁନାହାଁନ୍ତି ତାଙ୍କର ପ୍ରିୟର ପ୍ରୀତିରେଖା ଆଜି ନାହିଁ ବୋଲି । ଦେଢ଼ଶୁର ମାଡରେ ଏମିତି ମରି ଶୋଇ ପଡିଛି ବୋଲି । ବିଶ୍ୱାସ କରିପାରୁନାହାଁନ୍ତି ପରିବାର । ଏପଟେ ଗାଁରେ ବି ସମସ୍ତେ ଆଶ୍ଚର୍ଯ୍ୟ । କଣ ହେଇଗଲା ଇଏ, ମଣିଷ ହେଇ କେମିତି ଆଉ ଗୋଟେ ମଣିଷର ଜୀବନ ନେଇ ପାରୁଛି ଏ ମଣିଷ ।

ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ୭ ନଂ ୱାର୍ଡ ପ୍ରବୋଧପୁର ପାରା ଗାଁରେ ଜମିଜମାକୁ କେନ୍ଦ୍ର କରି ଦେଢ଼ଶୁରର ଶାବଳ ମାଡ଼ରେ ଭାଇବୋହୁର ମୃତ୍ୟୁ ଘଟିଛି । ତେବେ କହିବାକୁ ଚାହିଁବୁ ଯେ ଦୀର୍ଘ ଦିନ ଧରି ସେହି ଗାଁର ବାୟାଧର ଜେନାଙ୍କ ଦୁଇ ପୁଅ ଶଶିକାନ୍ତ ଓ ରତିକାନ୍ତ ମଧ୍ୟରେ ଜମିଜମାକୁ ନେଇ କଳହ ଲାଗିରହିଥିଲା । ସେହି ଘଟଣାକୁ ନେଇ ଆଜି ମଧ୍ୟାହ୍ନରେ ଶଶିକାନ୍ତ୍ରଙ୍କ ସ୍ତ୍ରୀ ପ୍ରୀତିରେଖା ଘରେ ଏକୁଟିଆ ଥିବାବେଳେ ଏହାର ସୁଯୋଗ ନେଇ ରତିକାନ୍ତ ଏକ ଶାବଳରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲା ଦେଢ଼ଶୁର ।

ସେ ଚିତ୍କାର କରିବାରୁ ପାଖ ପଡୋଶୀ ମାନେ ଦୌଡ଼ି ଆସିବାରୁ ରତିକାନ୍ତ ଘଟଣା ସ୍ଥଳରୁ କ୍ୟାମ୍ପଟ ମାରି ପଳାଇ ଯାଇଥିଲା । ଗ୍ରାମବାସୀ ମାନେ ପ୍ରୀତିରେଖାକୁ ଗୁରୁତର ଅବସ୍ଥାରେ ପ୍ରଥମେ ବାସୁଦେବପୁର ଡାକ୍ତରଖାନାକୁ ନେଇ ଯାଇଥିଲେ । ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାକୁ ପଠାଇ ଦିଆଯାଇଥିଲା । ହେଲେ ଯିବା ରାସ୍ତାରେ ପ୍ରୀତିରେଖାର ଚଣ୍ଡିଖୋଲ ଠାରେ ମୃତ୍ୟୁ ଘଟିଛି । ଖବର ପାଇ ବାସୁଦେବପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Leave A Reply

Your email address will not be published.