ଜେଜେବାପାଙ୍କ ପାଇଁ ଡାକ୍ତର ସାଜିବି, ପାଖରେ ଟଙ୍କାଟିଏ ସମ୍ବଳ ନାହିଁ ତଥାପି ପାଇଲେ ଡାକ୍ତରୀ ପଢ଼ିବାର ସୁଯୋଗ

ବେଗୁନିଆ (କେନ୍ୟୁଜ) : ଗରିବ ଦିନ ମଜୁରିଆର ପୁଅ ଆଜି ନିଟ୍ ପରୀକ୍ଷାରେ ହୋଇଛନ୍ତି କୃତକାର୍ଯ୍ୟ । ଜେଜେବାପାଙ୍କ ଅକାଳ ବିୟୋଗ ମନରେ ଆଣିଥିଲା ଲକ୍ଷ୍ୟ ପୂରଣର ଜିଦ୍ ନେଇ କଠିନ ପରିଶ୍ରମ ଆଜି ଆଣିଦେଲା ସଫଳତା । ଆଗକୁ ଡାକ୍ତର ହେବେ ଏବଂ ଗ୍ରାମାଞ୍ଚଳରେ ରୋଗୀଙ୍କ ସେବା କରିବେ ଆଉ ତାଙ୍କ ଜେଜେବାପାଙ୍କ ପରି କେହି ଅର୍ଥାଭାବ ହେତୁ ଅକାଳ ବିୟୋଗର ଶିକାର ହେବେ ନାହିଁ ଏପରି ଆଶା ନେଇ ଆଗକୁ ବଢିଥିବା ବେଳେ ଅର୍ଥାଭାବ ସାଜିଛି ବାଧକ ତଦାପି ଲକ୍ଷ୍ୟରେ ଅଟଳ ବେଗୁନିଆ ବ୍ଲକ କଣ୍ଟାବାଡ ଗାଁର ଜଗଦୀଶ ମହାପାତ୍ର କଠିନ ପରିଶ୍ରମ ଆଉ ଦୃଢ ସଂକଳ୍ପ ଆଣିଦେଲା ସଫଳତା । ବେଗୁନିଆ ବ୍ଲକ କଣ୍ଟାବାଡ ଗାଁର ଜଗଦୀଶ ମହାପାତ୍ର ଆଜି ନିଟ୍ ପରୀକ୍ଷାରେ ୭୦୫ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ଆଉ ତାଙ୍କର ଏହି ସଫଳତା ପରେ ପରିବାର ସହିତ ଗାଁରେ ଖୁସି ପ୍ରକାଶ ପାଇଛି । କଣ୍ଟାବାଡ ଗାଁର ଜଗଦୀଶ ହେଉଛନ୍ତି ଅତ୍ୟନ୍ତ ଗରିବ ଶ୍ରେଣୀର ପିଲା । ବାପା କିଶୋର ମହାପାତ୍ର ଜଣେ ଦିନ ମଜୁରିଆ । ପୁଅକୁ ଡାକ୍ତର ପଢାଇବା କେବେ ସ୍ୟପ୍ନରେ ବି ଭାବି ନ ଥିଲେ ହେଲେ ଗତ କିଛିବର୍ଷ ପୂର୍ବେ କିଶୋରଙ୍କ ବାପା ଅର୍ଥାତ ଜଗଦୀଶଙ୍କ ଜେଜେ ରୋଗାଗ୍ରସ୍ଥ ହୋଇ ଅକାଳରେ ମୃତ୍ୟୁବରଣ କରିଥିଲେ ଆଉ ତାଙ୍କର ମୃତ୍ୟୁ ବ୍ୟଥିତ କରିଥିଲା ନାତି ଜଗଦୀଶଙ୍କୁ । ସ୍ବପ୍ନ ଦେଖିଥିଲେ ଡାକ୍ତର ହେବାର । ଅଭାବି ଗରିବ ଦାଉ ସାଜିଥିଲା ହେଲେ ଦୃଢ ମନୋବଳ ଆଜି ଡାକ୍ତର ପଢିବାର ସୁଯୋଗ ସୃଷ୍ଟି କରିଛି ।

କଣ୍ଟାବାଡ ଗାଁର କିଶୋର ମହାପାତ୍ର ଏବଂ ସଂଯୁକ୍ତା ମହାପାତ୍ରଙ୍କ ଏକମାତ୍ର ପୁଅ ହେଉଛନ୍ତି ଜଗଦୀଶ । ବାପା ଜଣେ ଦିନ ମଜୁରିଆ ହୋଇଥିବା ବେଳେ ଅଭାବ ଭିତରେ ଚଳେ ପରିବାର । ଜଗଦୀଶ ମଧ୍ୟ ଅନେକ ସମୟରେ ପାଠପଢା ସହିତ ବାପାଙ୍କୁ କାମରେ ସହଯୋଗ କରିଥାନ୍ତି । ଜଗଦୀଶ ଭଲ ପଢି ମାଟ୍ରିକରେ ୯୦ଶତକଡା ଏବଂ +୨ ରେ ୯୨ଶତକଡା ମାର୍କ ରଖି ଡାକ୍ତର ହେବାକୁ ସ୍ବପ୍ନ ଦେଖଥିଲେ । ଏହି ସମୟରେ ଏକ ସ୍ବେଛାସେବୀ ଅନୁଷ୍ଠାନ ଜଗଦୀଶଙ୍କୁ ସହାୟତା କରି କୋଚିଂ ଦେଲେ । ଆଉ ଜଗଦୀଶଙ୍କ ଦୃଢ ମନୋବଳ ଆଜି ଆଣିଦେଲା ଏହି ସଫଳତା । ସର୍ବଭାରତୀୟ ନିଟ ପରୀକ୍ଷାରେ ମୋଟ ୭୨୦ ନମ୍ବରରୁ ୭୦୫ ନମ୍ବର ରଖି ଏବେ ହୋଇଛନ୍ତି କୃତକାର୍ଯ୍ୟ । ଆଗକୁ ଡାକ୍ତରୀ ପଢି ଜଣେ ଭଲ ଡାକ୍ତର ହେବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ ଏବେ ଅର୍ଥାଭାବ ହୋଇଛି ବଡ ସମସ୍ୟା । ତେବେ କଣ୍ଟାବାଡ ଗ୍ରାମବାସୀଙ୍କ ଜଗଦୀଶଙ୍କ ସଫଳତାକୁ ପ୍ରସଂଶା କରିଥିବା ବେଳେ ସରକାର କିମ୍ବା କିଛି ସ୍ୱେଚ୍ଛାସେବୀଙ୍କ ସହାୟତାକୁ ନିବେଦନ କରିଛନ୍ତି ।

ତେବେ ଯଦିଓ କୌଣସି ସଂଗଠନ ଜଗଦୀଶଙ୍କୁ ସହାୟତାର ହାତ ବଢେଇବା ପାଇଁ ଚାହାଁନ୍ତି ତେବେ ନିମ୍ନଲିଖିତ ଠିକଣା-
ନାମ-ଜଗଦୀଶ ମହାପାତ୍ର
ପିତା – କିଶୋର ମହାପାତ୍ର
ଗ୍ରାମ-କଣ୍ଟାବାଡ
ଥାନା/ବ୍ଲକ-ବେଗୁନିଆ
ଜିଲ୍ଲା-ଖୋର୍ଦ୍ଧା
ଫୋନ୍ ନମ୍ବର-7205146882 ଏବଂ 9439818003
ଆକାଉଣ୍ଟ ନମ୍ବର- 6984946635
IFSC-IDIB000K347
ଇଣ୍ଡିଆନ ବ୍ୟାଙ୍କ (କଣ୍ଟାବାଡ ଶାଖାରେ ଯୋଗାଯୋଗ କରି ପାରିବେ)

 

Leave A Reply

Your email address will not be published.