ଅଧାରେ ରହିଗଲା ବାହାଘରର ଆଶା, ଝିଅକୁ ଏକା କରି ଚାଲିଗଲା ମା’

ଭୁବନେଶ୍ୱର: ବୋଉ ତୁ ଖାଇଲୁଣି, ହଁ ରେ ଖାଇ ପିଇ ଯାଉଛି କାମକୁ କାମରୁ ଆସିଲେ ଫୋନ କରିଵି ଏତିକ କହି ମା ଯାଇଥିଲା ତା କାମରେ । ଝିଅ ମଧ୍ୟ ମା ସହ ଏଇ କେଇ ପଦ କଥା ହୋଇ ଫୋନ ରଖିଦେଇଥିଲା l ଝିଅ ସହ ମା’ର ଏ ଥିଲା ଶେଷ କଥା l ଦିନକୁ ୧୦ ଥର ମା’ ଫୋନ୍‌ କରୁଥିବା ବେଳେ ସେହି ଗୋଟାଏ ଫୋନ ଆଜି ବି ଝିଅ ମନରେ ସ୍ମୃତି ହୋଇ ରହିଗଲା । ଆଉ ଫୋନ କରିବନି ମା କି ବୁଝିବନି ଭଲ ମନ୍ଦ । କାହିଁକି ନାଁ ମା’ ଆଜି ଆଉ ପାଖରେ ନାହିଁ ।

ସେଦିନର ସେହି କଲ୍‌ ପରେ କାମକୁ ବାହାରି ଯାଇଥିଲେ ମା । ଅଳ୍ପ ବାଟ ଯାଇଛନ୍ତି କେଉଁଠି କେଜାଣି ଛକି ବସିଥିଲା ଯମ । କାଳରୂପରେ ଅଜଣା ଗାଡିଟା ହଠାତ ଆସି ବାଡେଇ ଦେଇ ଚାଲିଗଲା l ଆଉ ଘଟଣା ସ୍ଥଳରେ ଛଟପଟ ହୋଇ ଚାଲିଗଲା ମା ର ଜୀବନ l ଦିନ କେଇଟା ଥିଲା ଝିଅକୁ ବାହା ଦେଇଥାଆନ୍ତେ ମା’ l କିନ୍ତୁ ତା’ ପୂର୍ବରୁ ଘଟିଗଲା ଏତେ ବଡ଼ ଅଘଟଣ l ତେବେ ପୂରା ଘଟଣା କଣ ଆସନ୍ତୁ ଜାଣିବା..

ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ମୃତ ମହିଳାଙ୍କ ନାଁ ଗୀତା ପ୍ରଧାନ l ଘର ଗଞ୍ଜାମ ଜିଲ୍ଲା ଶେରଗଡ଼ ରକ୍ତାପଡ଼ା ଗାଁ ରେ l ଆଜକୁ ଦୀର୍ଘ ୧୭ ବର୍ଷ ତଳେ ରୋଗଗ୍ରସ୍ତ ହୋଇ ସ୍ୱାମୀ ଚାଲି ଯାଇଥିଲେ l ଆଉ ପୁଅ ଝିଅ ଛୋଟ ଛୋଟ ହୋଇଥିଲେ । ସେହି ଦିନ ଠାରୁ ଗୀତା ସଂଘର୍ଷ କରି ଦିନ ଅଜୁରିଆ ଭାବରେ କାମକରି ପୁଅ ଝିଅଙ୍କୁ ବଡ଼ କଲେ l ପୁଅ ବାହାଘର କରାଇଥିଲେ ପରେ ଝିଅ ରହିଗଲା ବାହା ହେବାକୁ l ତେଣୁ ଝିଅ ବାହାଘର ପାଇଁ ଗୀତା ଟଙ୍କେ ଟଙ୍କେ କରି ପଇସା ସାଉତିଥିଲେ । ଆଉ ଝିଅ ବାହାଘର ପାଇଁ ଗୋଟି ଗୋଟି କରି ଯୋଗାଡ଼ୁଥିଲେ ଜିନିଷପତ୍ର l ଝିଅର ମଧ୍ୟ ବାହାଘର ମାସ ଧାର୍ଯ୍ୟ ହେଲା l ଆଉ ଗୋଟିଏ ମାସ ପରେ ବାହା ହୋଇଥାଆନ୍ତା ଝିଅ । ଝିଅ ବାହାଘରକୁ ନେଇ ବ୍ୟସ୍ତ ହେଉଥିଲେ ଗୀତା ।

କେମିତିବି ହେଉ ଝିଅ ବାହାଘର ସାରି ଶାନ୍ତି ରେ ନିଶ୍ୱାସ ମାରିବେ l ହେଲେ ଗୀତା ମାଆର ଆଶା ଆଶାରେ ରହିଗଲା l ବାହାଘରକୁ ଆଖି ଆଗରେ ରଖି ଗୀତା ବାହାରି ଆସିଥିଲେ ଗଞ୍ଜାମ ଶେରଗଡ଼ ନିଜ ଗାଁ ରୁ ଜଣେ ମହିଳା ବନ୍ଧୁଙ୍କ ସଂସ୍ପର୍ଶ ରେ ଆସି ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଗାଁ ରେ ଘର ଭଡା ନେଇ ରହୁଥିଲେ l ଆଉ ଦିନ ମଜୁରିଆ ଭାବରେ କାମ କରି ପରିବାର ପୋଷୁଥିଲେ l କିନ୍ତୁ ଘଟଣା ଦିନ ଘରଠାରୁ ଅଳ୍ପ ବାଟ ଯାଇଛନ୍ତି ଯାଆଁଳା ଛକ ଓଭର ବ୍ରିଜ ଉପରେ ଗୀତା ରୋଡ଼ ପାରି ହେଉଥିବା ବେଳେ ଗୋଟିଏ କାର ଧକ୍କା ଦେଇ ଚାଲିଯାଇଥିଲା l ଆଉ ଘଟଣା ସ୍ଥଳରେ ଜୀବନ ଚାଲିଯାଇଥିଲା ଗୀତା ମାଆ ର ଜୀବନ l

କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛଦ ପାଇଁ ପୋଲିସ୍ ରହି କାଗଜ ପତ୍ର ରେ ସବୁ ପ୍ରକାର ଲେଖା ପଢା ସାରିଲା l ହେଲେ ଝିଅ ବାହାଘରଟି ଅଧା ରହିଗଲା । ଏକା ହୋଇଗଲା ଝିଅ l କାହିଁକିନା ଝିଅଟିର ପୂର୍ବରୁ ବାପା ଚାଲିଯାଇଥିଲା ମାଆ ଆଶାରାରେ ବଂଚିଥିଲା ଝିଅ l ଏବେ ମା ଚାଲିଗଲା ଆର ମାସରେ ଝିଅ ବାହାଘର ହେବ କେମିତି ? ଭାଇ ଵି ଦିନ ମଜୁରିଆ ହିସାବରେ ସୁରଟରେ ରହି କାମ କରନ୍ତି l ଏବେ ଝିଅଟିର ଭବିଷ୍ୟତ ନେଇ ଚିନ୍ତାରେ ସମ୍ପର୍କୀୟ l କିପରି ଝିଅଟିର ହେବ ବାହାଘର ।

 

Leave A Reply

Your email address will not be published.