ମିଥ୍ୟା ଗୁଜବ ପ୍ରସାରଣରୁ ନିବୃତ୍ତ ରୁହନ୍ତୁ, ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ‘X’ରେ ପରାମର୍ଶ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି, ସ୍ୱାଧୀନତା ଦିବସ ଠାରୁ ଓଡ଼ିଶାରେ ବନ୍ଦ ହେବ ଦେଶୀ ବିଦେଶୀ ମଦ । ଏପରି ଏକ ମିଥ୍ୟା ସୂଚନା ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହି ସୂଚନାକୁ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଫେକ ନ୍ୟୁଜ ପ୍ରତି ସଚେତନ ରୁହନ୍ତୁ । ସବୁବେଳେ ସରକାରୀ ସୂତ୍ରରୁ ମିଳୁଥିବା ତଥ୍ୟ ଉପରେ ଗୁରୁତ୍ବ ଦିଅନ୍ତୁ । ସାମାଜିକ ଗଣମାଧ୍ୟମରେ ମିଥ୍ୟା ଗୁଜବ ପ୍ରସାରଣରୁ ନିବୃତ୍ତ ରୁଯନ୍ତୁ । ଏହା ବେଆଇନ ବୋଲି କହିଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ।

Leave A Reply

Your email address will not be published.