ବରୁଣ ଧଓ୍ଵନ ଝିଅର ପ୍ରଥମ ଝଲକ ସେୟାର କରି ସେଲିବ୍ରେଟ୍‌ କଲେ ‘ଫାଦର୍ସ ଡେ’

ନିକଟରେ ବରୁଣ ଧୱନ ଏବଂ ନତାଶା ଦଲାଲ ଏକ ସୁନ୍ଦର ଝିଅର ମା’ ଓ ବାପା ହୋଇଛନ୍ତି । ବିବାହର ତିନି ବର୍ଷ ପରେ ଦମ୍ପତିଙ୍କ ଘରେ ଖୁସିର ଲହରୀ ଖେଳି ଯାଇଛି । ତେବେ ଜୁନ୍ ୩ ରେ, ନତାଶା ଏକ ଝିଅ ଜନ୍ମ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦମ୍ପତି ନିଜ ଝିଅର ଚେହେରା କିମ୍ବା ତାଙ୍କ ନାମ ପ୍ରକାଶ କରିନାହାଁନ୍ତି । ଯେଉଁଥିପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି, ତାଙ୍କ ଝିଅଙ୍କ ଚେହେରା ଦେଖିବାକୁ ଏବଂ ନା ଜାଣିବାକୁ । ଏହି ସମୟରେ ନିକଟରେ ବାପା ହୋଇଥିବା ବରୁଣ ଧୱନ ‘ଫାଦର୍ସ ଡେ’ରେ ଝିଅର ଝଲକ୍‌ ଦେଖାଇଛନ୍ତି । ଯାହାକୁ ଦେଖିବା ପରେ ବରୁଣଙ୍କ ଝିଅଙ୍କୁ ଦେଖିବା ପାଇଁ ଫ୍ୟାନ୍ସଙ୍କ ଉତ୍ସାହ ବଢିଯାଇଛି । ଏହା ସହ ଫଟୋଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ତେବେ ଭାଇରାଲ ହେଉଥିବା ଫଟୋରେ ବରୁଣ ତାଙ୍କ ଝିଅଙ୍କ ହାତର ଝଲକ୍‌ ଦେଖାଇଛନ୍ତି । ଯଦିଓ ଏହି ସମୟରେ ବରୁଣ ନିଜ ଝିଅଙ୍କ ଚେହେରା ଦେଖାଇ ନଥିଲେ, କିନ୍ତୁ ‘ଫାଦର୍ସ ଡେ’ରେ ଏକ ବିଶେଷ ଫଟୋ ସେୟାର କରି ବରୁଣ ଧୱନ ନିଜ ଖୁସି ପ୍ରକାଶ କରିଛନ୍ତି । ଏହି ଫଟୋ ବ୍ୟତୀତ, ବରୁଣ ଅନ୍ୟ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ଗୃହପାଳିତ ପଶୁକୁ ଧରିଥିବାର ନଜର ଆସିଛନ୍ତି । ଏହି ଫଟୋ ସେୟାର କରିବାବେଳେ କ୍ୟାପସନରେ ଲେଖିଛନ୍ତି, ‘ସମସ୍ତଙ୍କୁ ଫାଦର୍ସ ଡେ’ର ଶୁଭକାମନା’ । ମୋ ବାପା ମୋତେ ଶିଖାଇଲେ ଯେ ଏହି ଦିନଟି ପାଳନ କରିବାର ସର୍ବୋତ୍ତମ ଉପାୟ ହେଉଛି ବାହାରକୁ ଯାଇ ମୋ ପରିବାର ପାଇଁ କାମ କରିବା, ତେଣୁ ମୁଁ ତାହା କରିବି । ଗୋଟିଏ ଝିଅର ବାପା ହେବା ଅପେକ୍ଷା ଅଧିକ ଖୁସିର କଥା ଆଉ କିଛି ନାହିଁ । ବର୍ତ୍ତମାନ ବରୁଣ ଧୱନଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଲୋକମାନେ ତାଙ୍କର ଏହି ସୁନ୍ଦର ପୋଷ୍ଟକୁ ବହୁତ ଭଲ ପାଇବା ଦେଉଛନ୍ତି ।

ବରୁଣ ଧୱନଙ୍କ ଓ୍ଵାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅଭିନେତା ଖୁବ୍ ଶୀଘ୍ର ଆଟଲେଙ୍କ ଫିଲ୍ମ ‘ବେବି ଜନ୍’ରେ ନଜର ଆସିବେ । ଏହି ଫିଲ୍ମ ବରୁଣ ଧୱନଙ୍କ ସହ କିର୍ତ୍ତୀ ସୁରେଶ ଏବଂ ଭାମିକା ଗାବି ମଧ୍ୟ ମୂଖ୍ୟ ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ତାଙ୍କୁ ‘ବେବି ଜନ୍’, ‘ଭେଡିଆ ୨’, ‘ନୋ ଏଣ୍ଟ୍ରି ୨’ ଏବଂ ‘ସନ୍ନି ସଂସ୍କରୀ କି ତୁଲସୀ କୁମାରୀ’ରେ ଦେଖିବାକୁ ମିଳିବ ।

Leave A Reply

Your email address will not be published.