ଲୋକଙ୍କ ସମସ୍ୟାକୁ ବୁଝିବା ପାଇଁ କୋଅପରେଟିଭ୍‌ ହାଉସିଂ କଲୋନୀରେ ପହଁଚିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର (କେନ୍ୟୁଜ) : ଲୋକଙ୍କ ସମସ୍ୟା କଥା ବୁଝିବାକୁ ପହଁଚିଲେ ସାଧାରଣ ଜନତାଙ୍କ ପାଖରେ, ପହଁଚିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଆଜି ସକାଳୁ ସକାଳୁ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ କୋଅପରେଟିଭ ହାଉସିଂ କଲୋନୀରେ ପହଁଚିଥିଲେ । ସେଠାରେ ଲୋକଙ୍କ ସହ ଆଲୋଚନା କରି ସମସ୍ୟା ବୁଝିଥିଲେ ।

ସୂଚନା ଅନୁସାରେ କୋଅପରେଟିଭ୍‌ ହାଉସିଂ କଲୋନୀ ଦୀର୍ଘଦିନ ପୂର୍ବେ ବର୍ଷା ସମୟରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲା । ବର୍ଷା ପାଣିରେ ସମ୍ପୂର୍ଣ୍ଣ ବୁଡିଯାଉଥିଲା ରାସ୍ତା ଏବଂ ଘର । ତେଣୁ ଗତ ଦୁଇ ବର୍ଷ ହେବ ଏ ଡ୍ରେନ କରାଗଲା, ଯାହାଫଳରେ ଏବେ କଲୋନୀବାସୀ ଏହି ସମସ୍ୟାକୁ ସାମ୍ନା କରୁନାହାଁନ୍ତି । କିନ୍ତୁ ବର୍ତ୍ତମାନ ଆଉ ଏକ ଡ୍ରେନେଜ୍‌ ଖୋଳା ହେବା କାରଣରୁ କଲୋନୀବାସୀ ପୁଣି ୧୦ ବର୍ଷ ତଳର ସେହି ସମସ୍ୟାକୁ ମନେ ପକାଇ ଚିନ୍ତିତ ହେଇଯାଉଛନ୍ତି ।

ଉକ୍ତ ଡ୍ରେନ୍‌ ହେଲେ ପାଣି ପୁଣି କଲୋନୀ ଭିତରକୁ ପଶିବ ଏବଂ ଜନଜୀବନ ଅସ୍ତବ୍ୟସ୍ତ ହେବ । ତେଣୁ ଏହି ସମସ୍ୟାକୁ ନେଇ ଲୋକମାନେ ଲୋକସଭା ସଦସ୍ୟା ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କୁ ଏହା ବିଷୟରେ ଅବଗତ କରାଇଥିଲେ । ଯାହାପରେ ଆଜି ନିଜେ ସାଂସଦ ମହୋଦୟା ପରିଦର୍ଶନ କରି ତୁରନ୍ତ ଡ୍ରେନ୍‌ ଖୋଳାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

 

Leave A Reply

Your email address will not be published.