ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଛି । ନୟାଗଡ଼ ଜିଲ୍ଲା ରଣପୁରରୁ ୨ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ସୁରମା । ପ୍ରଥମେ ୨୦୦୪ ରୁ ୨୦୦୯ ଓ ଏବେ ୨୦୨୪ରେ ପୁଣି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଜଣେ ମହିଳାଙ୍କୁ ଗୁରୁତ୍ବ ଦେଇ ପୁଣି ବଡ ପଦବୀରେ ବିଜେପି ବସାଇବାକୁ ଯାଉଥିବା ଜଣାପଡ଼ିଛି । ଯଦି ସୁରମା ପାଢୀ ବାଚସ୍ପତି ହୁଅନ୍ତି ତେବେ ପ୍ରମିଳା ମଲ୍ଲିକଙ୍କ ପରେ ବିଧାନସଭାର ଦ୍ବିତୀୟ ମହିଳା ଭାବେ ଏହି ପଦରେ ବସିବେ । ସେହିପରି ବଡ଼ସାହି ବିଧାୟକ ସନାତନ ବିଜୁଳି ଉପବାଚସ୍ପତି ହୋଇପାରନ୍ତି । ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସନାତନ ।

Leave A Reply

Your email address will not be published.